ପୁରୀ : ପୁରୀରେ ଜମି ଜମା ସମସ୍ୟାକୁ ନେଇ ଆଜି ପୁରୀ ସର୍କିଟ ହାଉସ ଠାରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା l ପୁରୀ ଜିଲ୍ଲାର ଜମି ଜମା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା l
ଦୀର୍ଘ ସମୟ ଧରି ପୁରୀ ସର୍କିଟ ହାଉସ ଠରେ ଆୟୋଜିତ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା l ରାଜ୍ୟରେ ବହୁତ ଜାଗାରେ ପାହାଡ଼ ଜମି ର ସମସ୍ୟା ଦେଖିବାକୁ ମିଳିଛି l ବର୍ତ୍ତମାନ ମଧ୍ୟ ପୁରୀରେ 40% ଲୋକଙ୍କ ନିକଟରେ ଜମି ନାହିଁ ରହିବାକୁ l ରାଜସ୍ୱ ଆଇନର ବ୍ୟାପକ ସଂଶୋଧନ କରାଯାଉଛି l ଗୋଟିଏ ରାଜସ୍ବ ଆଇନ ଓଡିଶାରେ ରହିବା ଲାଗି ପ୍ରୟାସ ଆରମ୍ଭ ହୋଇଛି l
ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଖୁବ ଶୀଘ୍ର ଆସିବାକୁ ଯାଉଛି l ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଜମି ସମସ୍ୟା ଦୂର କରାଯିବ l ପୁରୀର ଜମି ସମସ୍ୟା ନେଇ ସମସ୍ତ ବିଭାଗ ସହ ଆଲୋଚନା ଚାଲିଛି l ପୁରୀର ଜମି ଜମା ସମସ୍ୟା ନେଇ ସ୍ଥାୟୀ ଏବଂ ନିଖୁଣ ଭାବେ ସମସ୍ୟା ଦୂର କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି l ଜମି ସମସ୍ତ ସମସ୍ୟାର ବିବରଣୀ ଜିଲ୍ଲାପାଳ, ତହସିଲଦାର ଜମି ସମସ୍ୟାର ବିବରଣୀ ବିଭାଗୀୟ ମନ୍ତ୍ରୀଙ୍କୁ ଦେବେ l
ଡିସେମ୍ବର ମଧ୍ୟ ଭାଗରେ ବିଭିନ୍ନ ବିଭାଗ ବୈଠକରେ ସାମିଲ ହେବେ l ପୁରୀ ଜିଲ୍ଲା ଏବଂ ସହରରେ ଜମି ସମସ୍ୟା ଉପରେ ପୁଣି ଆସନ୍ତା ମାସରେ ଆଲୋଚନା କରାଯିବ l ପୁରୀରେ ଜବର ଦଖଲ ଥିବା ଜମିକୁ 2 ମାସ ମଧ୍ୟରେ ସରକାରଙ୍କ ଖାତାକୁ ଆଣିବାକୁ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l

