ନୟାଗଡ : ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ । ଜନ୍ମ ମାଟିରେ ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ । ନୟାଗଡ ବ୍ଲକ ଆନନ୍ଦାପଲ୍ଲୀ ଗାଁର ଜିତୁ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିବାହର ମାତ୍ର ୧୦ମାସ ପରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ତଳେ ସେ ଗାଁକୁ ଆସିଥିଲେ । ଛୁଟି କାଟି ଯିବା ପରେ ଡ୍ୟୁଟି ସମୟରେ ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ ତାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ମୃତଦେହ ଗାଁରେ ପହଂଚିବା ପରେ ଶୋଭାଯାତ୍ରାରେ ନିଆଯାଇଥିଲା । ପରେ ତୋପ ସଲାମୀ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିଲା ।

