Tuesday, April 7, 2026
25.2 C
Odisha

    ଜଳେଶ୍ୱରରୁ ଆସୁଥିଲା ୩୭ଲକ୍ଷ ଟଙ୍କାର ବ୍ରାଉନସୁଗର, ତିନି ଜଣଙ୍କୁ ଗିରଫ କଲା ସ୍ପେଶାଲ କ୍ରାଇମ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜଳେଶ୍ୱରରୁ ଆସୁଥିଲା ବ୍ରାଉନସୁଗର। ରାଜଧାନୀକୁ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ।  ଜଳେଶ୍ବରର କୁଖ୍ୟାତ ବ୍ରାଉନସୁଗର ବେପାରୀ ଗିରଫ। ତିନି ଜଣଙ୍କୁ ଗିରଫ କଲା ସ୍ପେଶାଲ କ୍ରାଇମ୍ ୟୁନିଟ। ଅଭିଯୁକ୍ତଙ୍କ ଠାରୁ ୩୭ଲକ୍ଷ ଟଙ୍କାର ୩୭୦ଗ୍ରାମ ବ୍ରାଉନସୁଗରର ଜବତ ହୋଇଛି ।  ଦୁଇଟି ବାଇକ ଓ ୪ଟି ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସମୀର ଖାନ,ସେଖ ଇର୍ଶାଦ ମହମ୍ମଦ ଓ ମୁନା ଖାନ୍ ।  ୩ ଜଣ ଜଳେଶ୍ବର ଅଞ୍ଚଳର ବୋଲି ଜଣ ପଡିଛି। ପୂର୍ବରୁ ଭୁବନେଶ୍ୱରରେ ୪୦୦ଗ୍ରାମ ବ୍ରାଉନସୁଗର ଜବତ କରିଥିଲା ପୋଲିସ ।  ତାର ତଦନ୍ତ ବେଳେ ଏମାନେ ପୋଲିସ ସ୍କାନରକୁ ଆସିଥିଲେ। ଲଗାତାର ଭାବେ ଏମାନଙ୍କ ଉପରେ ନଜର ରଖାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ