Monday, December 8, 2025
20.2 C
Odisha

    ଜାଡ଼ରେ ଥରୁଛି ଓଡ଼ିଶା, ପ୍ରଥମ ଥର ପାଇଁ ୪.୪°ସେଲସିୟସ ରେକର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ପ୍ରବଳ ଥଣ୍ଡା । ଜାଡ଼ରେ ଥରଥର ରାଜ୍ୟବାସୀ । ଚଳିତଥର ପ୍ରଥମ ଥର ପାଇଁ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପ୍ରଥମ ଥର ପାଇଁ ୪.୪°ସେଲସିୟସ ରେକର୍ଡ ହୋଇଛି ସର୍ବନିମ୍ନ ରାତ୍ରି ତାପମାତ୍ରା । ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ପ୍ରାୟ ୫ରୁ ୬ ଡିଗ୍ରୀ ସେଲସିୟସ କମ ରହିଛି । ଦକ୍ଷିଣ ଉପକୂଳ ଓଡିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୪ଡିଗ୍ରୀ କମ ରହିଛି । ଆଜି ୪ ଜିଲ୍ଲା ଅନୁଗୁଳ, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଜଗତସିଂହପୁରରେ ଶୀତଲହରୀ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୩ରୁ ୪ଦିନ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପ୍ରବଳ ଥଣ୍ଡା ସମେତ କେତେକ ସ୍ଥାନରେ ଶୀତଲହରୀ ଜାରି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.2 ° C
    20.2 °
    20.2 °
    32 %
    1kmh
    87 %
    Mon
    26 °
    Tue
    26 °
    Wed
    26 °
    Thu
    27 °
    Fri
    27 °

    ସମ୍ବନ୍ଧିତ