Wednesday, July 22, 2026
23.5 C
Odisha

    ହାତୀ ଆକ୍ରମଣରେ ମାଆ ଓ ଝିଅ ମୃତ

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳରେ ହାତୀ ଆକ୍ରମଣରେ ମାଆ ଓ ଝିଅ ମୃତ । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମଧୁପୁର ନିକଟରେ ହାତୀ ଆକ୍ରମଣ କରିଛି । ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକ ବହୁଳା ଅଞ୍ଚଳକୁ ଆସି ସେଠାରେ ରହିବା ସହ ଶ୍ରମିକ ଭାବେ କାମ କରନ୍ତି । ମାଆ ଓ ଝିଅ ମଧ୍ଯ ସେଠାରେ ରହୁଥୂଲେ । । ଗତକାଲି ରାତିରେ ସେମାନେ ମଧୁପୁର ଅଞ୍ଚଳକୁ ଦଣ୍ଡ ନାଚ ଦେଖୁବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ହେଲେ ବାଟରେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ୟଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ୍ତଳା ପୁଲିସ ବିଳମ୍ବିତ ରାତିରେ ଘଟଣା ସ୍ଥଳକୁ ଯାଇ ଉଭୟ ମୃତଦେହକୁ ମୁଖ୍ୟ ଚି ଚିକିତ୍ସାଳୟକୁ ପଠାଇଛି ।

    ପୂର୍ବ ମାସରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବକ ମଧ୍ୟ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ଭୋରୁ ଶୌଚ ପାଇଁ ଯାଇଥିବା ସମୟରେ ଯୁବକ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    2.8kmh
    100 %
    Wed
    25 °
    Thu
    27 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ