Friday, March 13, 2026
34.7 C
Odisha

    ଜାଣନ୍ତୁ କେଉଁମାନେ କଖାରୁ ଖାଇବା ମନା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ପନିପରିବାକୁ ଲୋକମାନେ ବହୁତ୍ ପସନ୍ଦ କରୁଛନ୍ତି । କାରଣ ଏଥିରେ ଅନେକ ଭିଟାଭିନ୍ ରହିଛି, ଯାହା କି ମାଛ କିମ୍ବା ମାଂସରେ ନଥାଏ । ଏପରିକି ଲୋକମାନେ ଡାଏଟରେ ବହୁତ କିଛି କଞ୍ଚା ପରିବାକୁ ମଧ୍ୟ ସାମିଲ କରିଥାନ୍ତି । ପନିପରିବା ସ୍ବାସ୍ଥ୍ୟା ପାଇଁ ବହୁ ଉପଯୋଗୀ ହୋଇଥାଏ ।

    କଖାରୁରେ ଭିଟାମିନ୍ A ଭରପୂର ମାତ୍ରାରେ ଥାଏ । ଏହା ହେଲଦି ସ୍କିନ୍‌, ହାଡ ଓ ଦାନ୍ତକୁ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ଏଥିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯାହା ଅନେକ ରୋଗରୁ ରକ୍ଷାକରିଥାଏ । ଏହା ପେଟର ମେଟାବୋଲିକ୍ ହାରକୁ ବଢାଇଇଥାଏ ଏବଂ ହଜମ ପ୍ରକ୍ରିୟାକୁ ଭଲ କରିଥାଏ । କଖାରୁରେ ଆଣ୍ଟିଅକ୍ସିଡାଣ୍ଟ ଅଛି ଯେପରିକି ଆଲଫା-କ୍ୟାରେଟିନ୍, ବିଟା-କ୍ୟାରେଟିନ୍ ଏବଂ ବିଟା-କ୍ରିପ୍ଟୋକ୍ସାଣ୍ଟିନ୍ ରହିଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟଗୁଡିକ ଆପଣଙ୍କ କୋଷଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । କିନ୍ତୁ ସବୁ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କଖାରୁ ଖାଇବା ଠିକ୍‌ ହୋଇନଥାଏ । ଏହା ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିପାରେ । କିନ୍ତୁ, ସବୁ ପରିସ୍ଥିତିରେ କଖାରୁ ଖାଇବା ଲାଭଦାୟକ ନୁହେଁ । ତାହେଲେ ଆସନ୍ତୁ ଜାଣିବା ଯେଉଁ ଲୋକମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

    ପେଟ ସମସ୍ୟା ଥିବା ଲୋକମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ :
    କଖାରୁ ଖାଇବା ଦ୍ୱାରା ପାକସ୍ଥଳୀରେ ଇନ୍‌ଫେକ୍ସନ୍‌ ହୋଇପାରେ । ଏହି କାରଣରୁ ଆପଣଙ୍କୁ ଫୁଡ୍‌ ଆଲର୍ଜି ହୋଇପାରେ । ଏହା ବ୍ୟତୀତ କଖାରୁ ଖାଇବା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ, ଯାହାକି ପେଟ ସମସ୍ୟାକୁ ଆହୁରି ବଢାଇପାରେ ।

    ଫୁଡ୍‌ ପଏଜନିଂ :
    କିଛି ଲୋକଙ୍କୁ କଖାରୁ ଖାଇବା ଦ୍ୱାରା ଫୁଡ୍‌ ପଏଜନିଗିଂ ଏବଂ ଅନ୍ୟାନ୍ୟ ରୋଗ ଇନ୍‌ଫେକ୍ସନ୍‌ ହୋଇପାରେ, ଯାହା ବିଭିନ୍ନ ରୋଗ ସୃଷ୍ଟି କରିପାରେ । ଯାହା ଫଳରେ ଏହା ଫୁଡ୍‌ ପଏଜନିଗିଂ କରାଇପାରେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେବେ ଏହାକୁ ଖାଇବା ପରେ ବାନ୍ତି ଏବଂ ଅନ୍ୟାନ୍ୟ ପ୍ରକାରର ସମସ୍ୟା ଦେଖାଦେଇପାରେ ଏବଂ ଏହା ଶରୀରକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ ।

    ଗର୍ଭବତୀ ମହିଳାମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ :
    ଗର୍ଭବତୀ ମହିଳାମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ସହ କୌଣସି ଖାଦ୍ୟ ପଦାର୍ଥ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ନଚେତ ଆଗକୁ ଯାଇ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହା ବ୍ୟତୀତ କଖାରୁରେ ଥିବା ପୋଷକ ତତ୍ତ୍ୱ ଶରୀରରୁ ଶୀଘ୍ର ଜଳ କମ୍‌ କରିଥାଏ, ଅର୍ଥାତ୍ ଏହା ଆପଣଙ୍କୁ ଡିହାଇଡ୍ରେଟ୍ କରିପାରେ । ତେଣୁ ଯେଉଁ ଲୋକମାନେ ପ୍ରତିଦିନ କିଛି ନା କିଛି ଔଷଧ ଖାଉଛନ୍ତି, ସେମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

    ବ୍ଲଡ ପ୍ରେସର ସମସ୍ୟା ଥିଲେ କଖାରୁ ଖାଇବା ଠାରୁ ଦୂରେଇ ରୁହନ୍ତୁ :
    କଖାରୁ ମଞ୍ଜିରେ ବିଟା କ୍ୟାରେଟିନ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ ଯାହା ବ୍ଲଡ ସୁଗାର ଲେବଲକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯଦି ଆପଣଙ୍କର ହାଇ ବ୍ଲଡ ପ୍ରେସର ସମସ୍ୟା ଅଛି, ତାହେଲେ ଆପଣ ଖାଦ୍ୟରେ କଖାରୁ ଅନ୍ତର୍ଭୁକ୍ତ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ତେବେ ଏହି ସବୁ ପରିସ୍ଥିତିରେ କଖାରୁ ଖାଇବା ଠାରୁ ଦୂରେଇ ରୁହନ୍ତୁ । ନଚେତ ଆଗକୁ ଯାଇ ଆପଣ ବହୁତ ବଡ ସମସ୍ୟାର ସାମ୍ନା କରିପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ