Thursday, October 9, 2025
22.5 C
Odisha

    ଜାଣନ୍ତୁ ଗୁପଚୁପ୍ ଖାଇବାର ଲୁକ୍କାୟିତ ଫାଇଦା

    ଆଗକୁ ପଢନ୍ତୁ

     

    ବିଶେଷଜ୍ଞଙ୍କ ମତରେ ଗୁପଚୁପରେ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିସାର ରହିଛି । ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଭିଟାମିନ୍ ସି ରହିଛି । ଏହି ସମସ୍ତ ଉପାଦାନ ଶରୀରର ଗଠନରେ ସାହାଯ୍ୟ କରେ । ଏହା ସତ୍ତ୍ୱେ ବିଶେଷଜ୍ଞମାନେ ସୀମିତ ପରିମାଣରେ ଗୁପଚୁପ୍ ଖାଇବାକୁ ପରାମର୍ଶ ଦେଉଛନ୍ତି । ଏହାକୁ ଅଧିକ ପରିମାଣରେ ଖାଇବାର କ୍ଷତି ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଏହାର ଗୁଣକାରୀ ଫାଇଦା ସମ୍ପର୍କରେ ଜାଣିବା   :-

    ଯଦି ଓଜନକୁ କମାଇବାକୁ ଚାହୁଁଛନ୍ତି ତେବେ ଏହି ସମସ୍ୟା ପାଇଁ ଗୁପଚୁପ୍ ବେଷ୍ଟ ହୋଇଥାଏ । ପାଟିକୁ ଟେଷ୍ଟି ଲାଗିବା ସହ ଓଜନ ଯାତ୍ରାକୁ ମଧ୍ୟ ସରଳ କରିଦେଇଥାଏ । ଏଥିରେ ପୋଦିନା, ହେଙ୍ଗୁ, ଲେମ୍ବୁ ଏବଂ ଆମ୍ବକସିଆ ଅଦା ରହିଥାଏ । ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ଗୁପଚୁପକୁ ଭଲ ବୋଲି ବିବେଚନା କରାଯାଏ ।  ଯାହା ଓଜନ କମ୍ କରିବାରେ ଚମତ୍କାର ଫାଇଦା ଦେଇଥାଏ ।

    ଏଥିରେ ତେନ୍ତୁଳି, କଳା ଲୁଣ, ଜିରା, ଜଲଜିରା ଏବଂ ଅନ୍ୟାନ୍ୟ ମସଲା ଥାଏ । ତେଣୁ ଏହାକୁ ପାଚନ ସମସ୍ୟା ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ । ଯାହା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏତିକି ନୁହେଁ ବରଂ ଏଥିରେ ସୁଜି, ଚଣା ଏବଂ ସିଝା ଆଳୁ ଥାଏ । ଯାହାକୁ ଖାଇବା ଦ୍ବାରା ଆପଣ କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

    ଗୁପଚୁପ୍ ଡାଇବେଟିସ୍ ରୋଗୀଙ୍କ ପାଇଁ ପ୍ରଭାବଶାଳୀ ହୋଇଥାଏ । କାରଣ ଏଥିରେ ଥିବା କଳା ଗୋଲମରିଚ, ଜିରା ଇତ୍ୟାଦି ମସଲା ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । କଳାଚଣାରୁ ଭରପୁର ମାତ୍ରାର ପ୍ରୋଟିନ୍ ମିଳିଥାଏ । ଯାହା କୋଲେଷ୍ଟ୍ରୋଲ ସମସ୍ୟା ପାଇଁ ଭଲ ବିକଳ୍ପ । ଏହି ସବୁ ସମସ୍ୟା ଥିଲେ ଗୁପଚୁପ୍ ଖାଇବା ଆବଶ୍ୟକ । କିନ୍ତୁ ଅଧିକ ଖାଇବା ଦ୍ବାରା କ୍ଷତିରେ ପକାଇଥାଏ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    92 %
    1.2kmh
    89 %
    Wed
    23 °
    Thu
    29 °
    Fri
    29 °
    Sat
    28 °
    Sun
    29 °

    ସମ୍ବନ୍ଧିତ