Friday, September 20, 2024
23.6 C
Odisha

    ଜାଣନ୍ତୁ ସ୍ମାଇଲିଂ ଡିପ୍ରେସନ୍‌ କ’ଣ ? ଏଥିରୁ ବାହାରିବାର ଉପାୟ

    ଆଗକୁ ପଢନ୍ତୁ

    ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଲୋକମାନେ ଡିପ୍ରେସନ୍‌ର ଶିକାର ହେଉଛନ୍ତି । ଏହି ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଯାହା ପ୍ରକୃତରେ ଚିନ୍ତାର ବିଷୟ ପଲାଟିଛି । ତେବେ ଆପଣ କେବେ ସ୍ମାଇଲିଂ ଡିପ୍ରେସନ୍‌ ବିଷୟରେ ଶୁଣିଛନ୍ତି କି ? ଯଦି ନା, ତେବେ ସମୟ ସମୟରେ ସ୍ମାଇଲିଂ ଡିପ୍ରେସନ୍‌ର ଲକ୍ଷଣକୁ ଚିହ୍ନିବା ଅତ୍ୟନ୍ତ ଜରୁରୀ । ନଚେତ୍ ଆପଣ ଆଗକୁ ଯାଇ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯଦି ଆପଣ ଷ୍ଟ୍ରେସ୍‌ରେ ଥାଇ ମଧ୍ୟ ହସୁଛନ୍ତି, ତେବେ ଆପଣ ସାବଧାନ ହେବା ଉଚିତ୍ । ତାହେଲେ ଆସନ୍ତୁ ଏହି ବିଷୟରେ ଜାଣିବା ଯେ ଏପରି କାହିଁକି ହୋଇଥାଏ ।

    ସ୍ମାଇଲିଂ ଡିପ୍ରେସନ୍‌କୁ ଚିହ୍ନିବା ଅତ୍ୟନ୍ତ କଷ୍ଟକର । ଏହି ଡିପ୍ରେସନ୍‌କୁ ଚିହ୍ନିବା ପାଇଁ, ଆପଣଙ୍କୁ ନିଜ ଆଚରଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସ୍ମାଇଲିଂ ଡିପ୍ରେସନ୍‌ରେ ପୀଡିତ ଲୋକମାନେ ସେମାନଙ୍କର ଦୁଃଖ ଲୁଚାଇବା ପାଇଁ ଆବଶ୍ୟକତାଠାରୁ ଅଧିକ ଖୁସି ଦେଖାଯିବାକୁ ଚେଷ୍ଟା କରନ୍ତି । ଏହି କାରଣରୁ ଲୋକଙ୍କୁ ଏହି ପ୍ରକାରର ଡିପ୍ରେସନ୍‌କୁ ଚିହ୍ନିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଯାହା ଫଳରେ ଲୋକମାନେ ଦିନ କୁ ଦିନ ଅଧିକ ଡିପ୍ରେସନ୍‌ ଭିତରକୁ ଯାଇଥାନ୍ତି ।

    ସ୍ମାଇଲିଂ ଡିପ୍ରେସନର ଲକ୍ଷଣ :
    ସ୍ମାଇଲିଂ ଡିପ୍ରେସନ୍‌ରେ ପୀଡିତ ରୋଗୀମାନେ ପ୍ରାୟତଃ ଥକ୍କା ଅନୁଭବ କରନ୍ତି । ଯଦି ଆପଣ ମଧ୍ୟ ସ୍ମାଇଲିଂ ଡିପ୍ରେସନରେ ପୀଡିତ ତେବେ ଆପଣ ଭଲ ନିଦରେ ଶୋଇ ପାରିବେ ନାହିଁ । ଏହା ବ୍ୟତୀତ, ଆପଣ ନିଜ ପ୍ରିୟ କାର୍ଯ୍ୟକୁ ଉପଭୋଗ କରିବାକୁ ସମର୍ଥ ହେବ ନାହିଁ । କୌଣସି ଜିନିଷ ଉପରେ ଧ୍ୟାନ ଦେବାରେ ସକ୍ଷମ ନହେବା ମଧ୍ୟ ଏହି ପ୍ରକାରର ଡିପ୍ରେସନ୍‌ର ଲକ୍ଷଣ ହୋଇପାରେ । କିନ୍ତୁ ସ୍ମାଇଲିଂ ଡିପ୍ରେସନ ଭଳି ରୋଗର ଚିକିତ୍ସା ମଧ୍ୟ କରାଯାଇପାରେ ।

    ସ୍ମାଇଲିଂ ଡିପ୍ରେସନ ଚିକିତ୍ସା :
    ସ୍ମାଇଲିଂ ଡିପ୍ରେସନ ଚିକିତ୍ସା ପାଇଁ ଆପଣଙ୍କୁ ଔଷଧ ସେବନ କରିବା ଜରୁରୀ ନୁହେଁ । ତେବେ କେବଳ ଆପଣ ଲାଇଫ୍‌ ଷ୍ଟାଇଲରେ ପରିବର୍ତ୍ତନ କରି ଆପଣ ଏହି ପ୍ରକାରର ଡିପ୍ରେସନ୍‌କୁ ବହୁ ପରିମାଣରେ ମୁକାବିଲା କରିପାରିବେ । ଆୟୁର୍ବେଦ ଅନୁଯାୟୀ, ଧ୍ୟାନ ଏବଂ ଯୋଗ ସାହାଯ୍ୟରେ ଡିପ୍ରେସନ୍‌ ମଧ୍ୟ ଭଲ ହୋଇପାରିବ । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆପଣଙ୍କୁ ଜଣେ ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏପରି ଭାବେ ଆପଣ ଏହି ସ୍ମାଇଲିଂ ଡିପ୍ରେସନ୍‌ରୁ ବହାରି ପାରିବେ । ଯାହାଫଳରେ ଆପଣ ଅନ୍ୟାନ୍ୟ ରୋଗର ମଧ୍ୟ ସମ୍ମୁଖୀନ ହେବେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    93 %
    1kmh
    100 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ