Friday, October 2, 2026
22.9 C
Odisha

    ଜାତୀୟ କଳା ଉତ୍ସବରେ ଭାଗ ନେଇ ସଫଳତା ହାସଲ କଲେ ଓଡ଼ିଆ ପୁଅ

    ଆଗକୁ ପଢନ୍ତୁ

    ଯାଯପୁର: ପୁଣି ଜାତୀୟ ସ୍ତରର ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ପୁଅ । ଜାତୀୟ କଳା ଉତ୍ସବରେ ସଫଳତା ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଆଣିଛନ୍ତି ଗୌରବ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତର ପ୍ରଭୁ ଦୟାନାଥ ସାହୁ ମହାରାଷ୍ଟ୍ରର ପୁନେ ଠାରେ ଅନୁଷ୍ଠିତ ଜାତୀୟ କଳା ଉତ୍ସବରେ ଭାଗ ନେଇ ହାସଲ କରିଛନ୍ତି ଏହି ସଫଳତା । ଏହି ସଫଳତା ପାଇଁ ତାଙ୍କୁ ଏବେ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

    ମହାରାଷ୍ଟ୍ରର ପୁନେ ଠାରେ ଅନୁଷ୍ଠିତ ଜାତୀୟ କଳା ଉତ୍ସବରେ ଭାଗ ନେଇ ସଫଳତା ହାସଲ କରିଛନ୍ତି ଓଡ଼ିଆ ପୁଅ ପ୍ରଭୁ ଦୟାନାଥ ସାହୁ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ଗାଁର ଛାତ୍ର ହେଉଛନ୍ତି ପ୍ରଭୁ ଦୟାନାଥ । ପୁନେ ଠାରେ ଚାଲିଥିବା ଜାତୀୟ କଳା ଉତ୍ସବ ପ୍ରତିଯୋଗିତାରେ ଭାଗ ନେଇ ଓଡିଶାରୁ ସ୍ଥାପତ୍ୟ କଳା ବିଭାଗରେ ଅଂଶ ଗ୍ରହଣ କରି ସେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) ପକ୍ଷରୁ ତାଙ୍କୁ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ ନିମନ୍ତେ ଚୟନ କରାଯାଇଥିଲା । ଗତ ଡିସେମ୍ବର ୨୦ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରଭୁ ଦୟାନାଥ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷା ଦ୍ୱାରା ସାମାଜିକ ପରିବର୍ତ୍ତନ, ବିକଶିତ ଭାରତରେ ଶିଶୁ ଶ୍ରମିକ ପ୍ରଥା ସହ ଆଦିବାସୀଙ୍କୁ ଉପଯୁକ୍ତ ଶିକ୍ଷା ବିଷୟବସ୍ତୁକୁ ନେଇ ଏକ ମୂର୍ତ୍ତି ଗଢ଼ିଥିଲେ । ତାଙ୍କର ଏହି ଦୃଢ଼ କଳାତ୍ମକ ଦକ୍ଷତା ଓ ନବସୃଜନ ପ୍ରବୃତ୍ତିକୁ ପ୍ରତିଫଳିତ କରିବାରେ ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ମହାରାଷ୍ଟ୍ର ସରକାରଙ୍କ ଶିକ୍ଷା ବିଭାଗ ସଚିବ ତାଙ୍କୁ ମେଡାଲ ସହ ଟ୍ରଫି ପ୍ରଦାନ କରିଥିଲେ।

    ପ୍ରଭୁ ଦୟାନାଥଙ୍କ ଏହି ସଫଳତାକୁ ନେଇ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପାଟପୁର ଗ୍ରାମର ଦୁର୍ଗା ଚରଣ ସାହୁ ଓ ସ୍ୱର୍ଣ୍ଣପ୍ରଭା ସାହୁଙ୍କ ପୁତ୍ର ହେଉଛନ୍ତି ପ୍ରଭୁ ଦୟାନାଥ । ବାପା ଦୁର୍ଗା ଚରଣ ସାହୁ ମଧ୍ୟ ଜଣେ ସଫଳ ଶିଳ୍ପୀ ତଥା କଳାକାର । ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ସ୍ଥାପତ୍ୟ କଳା ବେଶ ସୁନାମ ଅର୍ଜନ କରିଛି । ଛୋଟ ବେଳୁ ବାପାଙ୍କୁ ଅନୁସରଣ କରି କଳା ସ୍ଥାପତ୍ୟ ପ୍ରତି ତାଙ୍କର ଆଗ୍ରହ ଆଜି ତାଙ୍କୁ ଏହି ସ୍ଥାନରେ ପହଂଚାଇଛି। ପ୍ରଭୁ ଦୟାନାଥ ଏବେ ଧର୍ମଶାଳା ମହାବିଦ୍ୟାଳୟରେ ଯୁକ୍ତ ୨ରେ ପାଠ ପଢୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ଏବେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

    ପୂର୍ବରୁ ପ୍ରଭୁ ଦୟାନାଥ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ହାସଲ କରିଥିବା ବେଳେ ଆଗକୁ ମଧ୍ୟ ସେ ତାଙ୍କ ଦକ୍ଷତା ପ୍ରତିପାଦନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ