Sunday, March 22, 2026
32.5 C
Odisha

    ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶାର ଦୁଇ କୃତୀ ଶିକ୍ଷକଙ୍କ ସହ କଥା ହେଲେ ନବୀନ

    ଆଗକୁ ପଢନ୍ତୁ

    ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶାର ଦୁଇ କୃତବିଦ୍ୟ ଶିକ୍ଷକ ଡ଼କ୍ଟର ଦ୍ବିତୀଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କରଙ୍କୁ ନବୀନ ପଟ୍ଟନାୟକ ଆଜି ବ୍ୟକ୍ତିଗତ ଭାବେ ଫୋନ କରି କଥା ହୋଇଛନ୍ତି। ଏଥିସହ କୃତୀ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ନିଷ୍ଠା ଓ ସାଧନାର ଉଚ୍ଚ ପ୍ରଶଂସା କରିଛନ୍ତି ନବୀନ। ଶିକ୍ଷା ଜରିଆରେ ହିଁ ଏକ ସଚେତନ ଓ ସଶକ୍ତ ସମାଜ ଗଠନ ହୋଇ ପାରିବ ବୋଲି ମତ ଦେଇଥିଲେ ନବୀନ ପଟ୍ଟନାୟକ। ଶିକ୍ଷାଦାନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସେ ଗର୍ବିତ ବୋଲି କହି ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଡ଼କ୍ଟର ଦ୍ଵିତୀଚନ୍ଦ୍ର ସାହୁ ରାୟଗଡା ଜିଲ୍ଲା ବିଲେଶୁ ଆଦିବାସୀ ମଙ୍ଗଳ ବିଭାଗର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ସନ୍ତୋଷ କୁମାର କର କଳାହାଣ୍ଡି ଜିଲ୍ଲା ଜୟଦୁର୍ଗା ହାଇସ୍କୁଲରେ ଶିକ୍ଷକ ଭାବରେ ଅବସ୍ଥାପିତ। ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଶୀର୍ବାଦ ଆହୁରି ଭଲ କାମ କରିବା ପାଇଁ ପ୍ରେରଣା ବୋଲି ସେମାନେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ