Tuesday, April 7, 2026
31.9 C
Odisha

    ଜାନୁଆରୀ ୧୨ରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’ ନୂଆ ବର୍ଷ ଉପଲକ୍ଷେ ଆସନ୍ତା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବ।ରଙ୍ଗଶୁର ରାଜ୍ୟର ଏକ ପାରମ୍ପରିକ ଲୋକ ନୃତ୍ୟ ଉପରେ ଆଧାରିତ ଓ ନାରୀ ସଶକ୍ତିକରଣ ଉପରେ ଆଧାରିତ। ଯାହା ଭିନ୍ନ ଧରଣର ଫିଲ୍ମ ବଡ଼ ପରଦାରେ ଓଡ଼ିଆ ସିନେ ଦର୍ଶକଙ୍କୁ ଦେଖିବାକୁ ମିଳିବ।ପ୍ରଯୋଜକ ସଚ୍ଚିକାନ୍ତ ଜେନା ,ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଥିବାବେଳେ ସହ ପ୍ରଯୋଜନା କରିଛନ୍ତି ସୁନୀଲ ଯାଦବ ଏବଂ ପ୍ରତାପ ରାଉତ।କାହାଣୀ, ଚିତ୍ରତ୍ତୋଳନ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ। ରଙ୍ଗଶୁର ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚ ଉପରେ କାହାଣୀ ଆଧାରିତ।ରଙ୍ଗ ମାନେ କଲର, ଶୁର ମାନେ ବୀର, ଯୋଦ୍ଧା ବା ବାଘ। ଏହା ଆମ ରାଜ୍ୟରେ ମୁଖ୍ୟତଃ ଗଞ୍ଜାମ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଏହି ବାଘ ନୃତ୍ୟ ପରିବେଷଣ ହୋଇଥାଏ।ବେଙ୍ଗଲ, କର୍ଣ୍ଣାଟକ, କେରଳ, ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର ରାଜ୍ୟ ମାନଙ୍କରେ ମଧ୍ୟ ଏହି ନୃତ୍ୟ ପରିବେଷଣ ହୋଇଥାଏ । ଜାପାନ, ଇଣ୍ଡୋନେସିଆ, ଚୀନରେ ମଧ୍ୟ ହୋଇଥାଏ।

    ଜଙ୍ଗଲକୁ ସୁରକ୍ଷା ହିଁ ଚଳଚ୍ଚିତ୍ରର ମୁଖ୍ୟ କାହାଣୀ। ବାଘ ବଞ୍ଚିଲେ ବଞ୍ଚିବ ଜଙ୍ଗଲ, ଜଙ୍ଗଲ ବଞ୍ଚିଲେ ବଞ୍ଚିବୁ ଆମେ ବାର୍ତ୍ତା ନେଇ ଏହି ବାଘ ନୃତ୍ୟ ଉପରେ ଆଧାରିତ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ