Monday, May 25, 2026
42.7 C
Odisha

    ଜାନୁଆରୀ ୨୫ରେ ପାଟାଥନ ତୃତୀୟ ସଂସ୍କରଣ, ଶାଢ଼ି ପିନ୍ଧି ମାରାଥନ ଦୌଡିବେ ମହିଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜାନୁଆରୀ ୨୫ରେ ପାଟାଥନ ତୃତୀୟ ସଂସ୍କରଣ । ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଉଦ୍ଦେଶ୍ୟରେ ପ୍ରତିବର୍ଷ କିଟ୍ ଓ କିସ୍ ପକ୍ଷରୁ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥାଏ । ଏଥିରେ ହଜାର ହଜାର ମହିଳା ଶାଢ଼ି ପିନ୍ଧି ଗଣଦୌଡ଼ରେ ଅଂଶଗ୍ରହଣ କରିଥାନ୍ତି । ଏବର୍ଷ ପାଟାଥନର ତୃତୀୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ୨୫ ତାରିଖରେ ଏହି ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

    ଏଥିରେ କିଟ୍‍, କିସ୍‍ ଓ କିମ୍‍ସର ମହିଳା କର୍ମଚାରୀଙ୍କ ସମେତ ସମଗ୍ର ଓଡ଼ିଶାରୁ ହଜାର ହଜାର ମହିଳା ଦୌଡ଼ିଥାନ୍ତି । ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ପାଇଁ ୫୦ହଜାର, ୪୦ ହଜାର, ୩୦ ହଜାର ପୁରସ୍କାର ରାଶି ରଖାଯାଇଛି । ୭ଜଣ ରନର୍ସଅପ୍‍ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ଏହା ସହିତ ବିଜେତାମାନଙ୍କୁ ପାଟଶାଢ଼ି ମଧ୍ୟ ପ୍ରଦାନ କରାଯିବ । ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ । ଆଜି ପଞ୍ଜୀକରଣର ଶେଷ ତାରିଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.7 ° C
    42.7 °
    42.7 °
    13 %
    2.8kmh
    40 %
    Mon
    41 °
    Tue
    45 °
    Wed
    46 °
    Thu
    47 °
    Fri
    45 °

    ସମ୍ବନ୍ଧିତ