ନୂଆଦିଲ୍ଲୀ : ଏଥର ରବିବାରରେ ହେବ କେନ୍ଦ୍ର ବଜେଟ ଉପସ୍ଥାପନ । ଜାନୁଆରୀ ୨୮ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୨ପର୍ଯ୍ୟନ୍ତ ଚାଲିବ ସେସନ । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ପାଇଁ ସଂସଦର ବଜେଟ ଅଧିବେଶନକୁ ମଞ୍ଜୁର କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜ୍ଜିଜ୍ଜୁ ।
ସଂସଦର ବଜେଟ୍ ଅଧିବେଶନ ୨୮ ଜାନୁଆରୀ ରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଆରମ୍ଭ ହେବ । ଜାନୁଆରୀ ୨୯ରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ ହେବ । ପ୍ରଥମ ଥର ପାଇଁ ଛୁଟି ଦିନରେ ବଜେଟ ଉପସ୍ଥାପନ ହେବ। ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୨୮ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସାଧାରଣତଃ ବଜେଟ ଛୁଟିଦିନରେ ଉପସ୍ଥାପନ ହୁଏ ନାହିଁ । କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥାପିତ ହେବାକୁ ଥିବା ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍ ଏଥର ଏକ ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛି । ଏଥର ଫେବୃଆରୀ ୧ରବିବାରରେ ପଡୁଥିବାରୁ ପରମ୍ପରାକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପୂର୍ବ ବର୍ଷ ଭଳି ଏହା ସକାଳ ୧୧ଟା ସମୟରେ ଉପସ୍ଥାପିତ ହେବ । ନିର୍ମଳା ସୀତାରମଣ ଲଗାତାର ୯ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ଏକ ରେକର୍ଡ ।

