Friday, June 20, 2025
28.4 C
Odisha

ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଆଗକୁ ପଢନ୍ତୁ

ବରଗଡ଼ : ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।  ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ।  ଏନେଇ ଆଜି ସ୍ଥାପନ ହେବ ଶୁଭ ଖୁଣ୍ଟି ।  ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ଠାରେପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରୀ ହାଟପଦା ସ୍ଥିତ ସଂଚାର ପଡିଆରେ ପହଞ୍ଚିବ ।

ସଂଚାର ପଡିଆ ଠାରେ ସ୍ଥାପନ ହେବ ଶୁଭ ଖୁଣ୍ଟି ବା ଶୁଭ ଧ୍ଵଜା । ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ , ଏସପି ପ୍ରହଲ୍ଲାଦ ସାହାଇ ମିନା , କଂସ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କଳାକାର ଭୂବନେଶ୍ବର ପ୍ରଧାନଙ୍କ ସମେତ କମିଟି ସଦସ୍ୟ ଉପସ୍ଥିତ ରହିବେ ।  ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶୋଭାଯାତ୍ରା ହାଟପଦା ସଂଚାର ପଡିଆକୁ ପହଞ୍ଚିବ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
28.4 ° C
28.4 °
28.4 °
68 %
3.9kmh
97 %
Fri
28 °
Sat
33 °
Sun
33 °
Mon
33 °
Tue
32 °

ସମ୍ବନ୍ଧିତ