Sunday, October 4, 2026
22.7 C
Odisha

    ଜାଭେଲିନ୍‌ ଫାଇନାଲରେ ନୀରଜ, ରୋହିତ, ଯଶବୀର

    ଆଗକୁ ପଢନ୍ତୁ

    ଗ୍ଲାସଗୋ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାରକା ଖେଳାଳି ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଜାଭେଲିନ ଥ୍ରୋ’ର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ନୀରଜଙ୍କ ସହ ରୋହିତ ଯାଦବ ଓ ଯଶବୀର ସିଂହ ଯୋଗ୍ୟତା ପର୍ଯ୍ୟାୟକୁ ଅତିକ୍ରମ କରି ଫାଇନାଲରେ ପହଞ୍ଚିବା ସହ ପଦକ ଆଶା ସୃଷ୍ଟି କରିଛନ୍ତି।

    ପୂର୍ବତନ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ନୀରଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ଫାଇନାଲ ରାଉଣ୍ଡରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ କେହି ୮୪ ମିଟର ଛୁଇଁ ପାରିନଥିଲେ। ନୀରଜ ନିଜର ସର୍ବଶ୍ରେଷ୍ଠ ପ୍ରୟାସରେ ୭୯.୬୧ ମିଟର ଦୂରକୁ ଥ୍ରୋ କରି ଉଭୟ ମୋଟ୍‌ ପ୍ରଦର୍ଶନ ଆଧାରରେ ୫ମ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ହାସଲ କରିଛନ୍ତି। ପାକିସ୍ତାନର ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ଅର୍ଶଦ ନଦିମ ୭୮.୬୩ ମିଟର ସହ ସପ୍ତମ ସ୍ଥାନରେ ରହି ଫାଇନାଲରେ ପହଞ୍ଚିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ନଦିମଙ୍କଠାରୁ ନୀରଜ ଅଧିକ ଦୂରତା ହାସଲ କରିଛନ୍ତି। ଅନ୍ୟ ଭାରତୀୟ ରୋହିତ ଯାଦବ ୭୮.୩୭ ମିଟର ଦୂରତ୍ବକୁ ଥ୍ରୋ କରି ୯ମ ଏବଂ ଯଶବୀର ସିଂହ ୭୮.୩୬ ମିଟର ଦୂରତା ସହ ଫାଇନାଲରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ରୁମେଶ ତରଙ୍ଗା ୮୨.୮୪ ମିଟର ଦୂରତ୍ବକୁ ଅତିକ୍ରମ କରି ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ