Sunday, October 4, 2026
22.7 C
Odisha

    ସ୍ୱତନ୍ତ୍ର ସଘନ ପ୍ରକ୍ରିୟା’ ଅଧିନରେ ଦାବୀ ଓ ଆପତ୍ତି ଦାଖଲ ପାଇଁ ଧାର୍ଯ୍ୟ ସମୟସୀମା ବୃଦ୍ଧି କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟର ଅନେକାଂଚଳରେ ଲଗାତାର ମୈାସୁମୀ ବର୍ଷା ଏବଂ ଲଘୁଚାପଜନିତ ଯୋଗୁଁ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳବନ୍ଦୀ ଅବସ୍ଥା, ଗ୍ରାମାଂଚଳ ଓ ସହରାଂଚଳ ବୁଡିଯିବା, ଗଛ ସବୁ ଉପୁଡିଯିବା, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ଏବଂ ଯାତାୟତରେ ବାଧାପ୍ରାପ୍ତ ହେବା ଯୋଗୁଁ ସାଧାରଣ ଜୀବନଯାପନ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଅନ୍ୟ ପଟେ ରାଜ୍ୟରେ ସ୍ୱତନ୍ତ୍ର ସଘନ ପ୍ରକ୍ରିୟା (ଏସଆଇଆର) ଜାରୀ ରହିଥିବାବେଳେ ଦାବୀ ଓ ଆପତ୍ତି ଦାଖଲର ସମୟ ସୀମା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଅଛି । ଦୁର୍ଭାଗ୍ୟବଶତଃ ଏହି ଧାର୍ଯ୍ୟ ସମୟସୀମା ସାଂପ୍ରତିକ ବନ୍ୟା ବିପତ୍ତି ସମୟ ସହ ସମାନ ହୋଇଯାଇଛି । ଏହି ଅସାଧାରଣ ପରିସ୍ଥିତି ଯୋଗୁଁ ବୁଥ୍ ଲେଭଲ ଅଫିସର (ବିଏଲଓ), ଅନ୍ୟାନ୍ୟ ନିର୍ବାଚନୀ ଅଧିକାରୀ, ରାଜନୈତିକ ଦଳର ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀମାନେ ସ୍ୱତନ୍ତ୍ର ସଘନ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାରେ ବାଧା ସୃଷ୍ଟି ହୋଇଛି ବୋଲି ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି । ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକ ପତ୍ର ପ୍ରସଙ୍ଗରେ ସୁଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ; ଦାବୀ ଓ ଆପତ୍ତି ଦାଖଲ ପ୍ରକ୍ରିୟା ହେଉଛି ଭୋଟର ତାଲିକା ସଂଶୋଧନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଯୋଗ୍ୟ ନାଗରିକମାନଙ୍କୁ ନିଜ ନାମ ସାମିଲ କରିବା, ତଥ୍ୟର ସଂଶୋଧନ କରିବା ଏବଂ ମୃତ / ସ୍ଥାନାନ୍ତରିତ, ଦୋହରା କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ସୁଯୋଗ ଦେଇଥାଏ । ଏହି ପ୍ରକ୍ରିୟାରେ ପ୍ରତ୍ୟେକ ଅଂଶୀଦାରଙ୍କ ସହଭାଗିତା ନିଶ୍ଚିନ୍ତ କରିବା ଭୋଟର ତାଲିକାର ସଠିକତା, ସର୍ବସମାବେଶୀତା ଏବଂ ସ୍ୱଚ୍ଛତା ପାଇଁ ଅତ୍ୟନ୍ତ ଆବଶ୍ୟକ । ଏଭଳି ପ୍ରତିକୁଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଏକ ସଂପୂର୍ଣ୍ଣ, ସଠିକ ଓ ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ସଘନ ପ୍ରକ୍ରିୟା ଅଧୀନରେ ଦାବୀ ଓ ଆପତ୍ତି ଦାଖଲ ପାଇଁ ଧାର୍ଯ୍ୟ ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି ବୋଲି ଡ.ମହାନ୍ତି କହିଛନ୍ତି । ଏହି ପ୍ରତିନିଧି ଦଳରେ ଅନ୍ୟତମ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ, ରାଜ୍ୟ ପ୍ୟାନେଲିଷ୍ଟ ଶ୍ରୀ ପତଞ୍ଜଳୀ କର ଶର୍ମା, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ଶ୍ରୀ ରଶ୍ମୀ ରଞ୍ଜନ କାନୁନଗୋ ଏବଂ ଶ୍ରୀ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ