Monday, October 12, 2026
23.8 C
Odisha

    ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ, ମତ୍ସ୍ୟଜୀବୀଙ୍କ ମୁହଁରେ ଫୁଟିଲା ହସ

    ଆଗକୁ ପଢନ୍ତୁ

    ଜଳେଶ୍ବର : ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ । ମାଛ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ବାଲେଶ୍ୱର ସୀମାନ୍ତ ଦୀଘା ମୁହାଣରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ 30 ଟନ୍ ରୁ ଅଧିକ ଇଲିଶି ମାଛ ଆମଦାନୀ ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ପରେ ଏତେ ପରିମାଣର ଇଲିଶି ମାଛ ଧରା ପଡ଼ିଥିବାରୁ ଟ୍ରଲର ମାଲିକ, ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ବଜାରରେ ମାଛର ଆକାର ଓ ଓଜନ ଅନୁସାରେ ପ୍ରତି କିଲୋଗ୍ରାମ୍ ଇଲିଶିର ଦାମ ୬ଶହରୁ ୧୩ ଶହଟଙ୍କା ପର୍ଯ୍ୟନ୍ତ ରହିଛି । ବଡ଼ ଆକାରର ଇଲିଶି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଚାହିଦା ଦେଖାଯାଇଛି । ଏହି ବ୍ୟାପକ ଆମଦାନୀ ଫଳରେ ସ୍ଥାନୀୟ ବଜାର ସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଇଲିଶି ଯୋଗାଣ ଆରମ୍ଭ ହୋଇଛି ।

    ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ଝିପିଝିପି ବର୍ଷା ଏବଂ ଅନୁକୂଳ ପାଗ ଯୋଗୁଁ ଗଭୀର ସମୁଦ୍ରରେ ଥିବା ଇଲିଶି ମାଛ କୂଳ ଆଡ଼କୁ ଆସିଥାଏ । ବିଶେଷକରି ନଦୀ ମୁହାଣରେ ମିଠା ପାଣି ସହ ସମୁଦ୍ରର ଲୁଣିଆ ପାଣି ମିଶୁଥିବା ସ୍ଥାନକୁ ଇଲିଶି ଅଣ୍ଡା ଦେବା ପାଇଁ ଆସୁଥିବାରୁ ଏହି ସମୟରେ ବହୁ ପରିମାଣର ମାଛ ଜାଲରେ ଧରାପଡ଼ୁଛି। ମତ୍ସ୍ୟଜୀବୀ ମାନେ ମଧ୍ୟ ଏହାକୁ ଚଳିତ ଋତୁର ସବୁଠାରୁ ଭଲ ଧରଣ ମାଛ ଆମଦାନୀ ବୋଲି କହିଛନ୍ତି । ପାଗ ଏଭଳି ଅନୁକୂଳ ରହିଲେ ଆଗାମୀ କିଛି ଦିନ ମଧ୍ୟରେ ଆହୁରି ଅଧିକ ପରିମାଣର ଇଲିଶି ଧରାପଡ଼ିବ ବୋଲି ସେମାନେ ଆଶା କରିଛନ୍ତି। ଦୀର୍ଘ ଦିନ ପରେ ବଜାରରେ ପ୍ରଚୁର ପରିମାଣରେ ଇଲିଶି ମିଳୁଥିବାରୁ ଘରେ ଘରେ ଇଲିଶିର ସ୍ୱାଦ ଚାଖିବାକୁ ଲୋକେ ଅପେକ୍ଷା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    76 %
    1.1kmh
    2 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ