Monday, November 23, 2026
24.8 C
Odisha

    ଉତ୍କଳ ବିଶ୍ବବିଦ୍ଯାଳୟ ଅନ୍ତଃ କଲେଜ ଆଥଲେଟିକ୍ସ, ଶୁଭଶ୍ରୀଙ୍କୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ୭୫ତମ ଉତ୍କଳ ବିଶ୍ବବିଦ୍ଯାଳୟ ଅନ୍ତଃ କଲେଜ ଆଥଲେଟିକ୍ସ ଚାମ୍ପିଅନସିପରେ ଭୁବନେଶ୍ବର ଏକାମ୍ର କଲେଜର ଛାତ୍ରୀ ଶୁଭଶ୍ରୀ ପରିଡା ୩ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ସେ ମହିଳା ବ୍ୟକ୍ତିଗତ ବର୍ଗରେ ଚାମ୍ପିଅନ ଘୋଷିତ ହୋଇଥିଲେ ।  କଟକ ଷ୍ଟୁଆର୍ଟ ସାଇନ୍ସ କଲେଜ ଆନୁକୂଲ୍ଯରେ ପୁଲିସ ଗ୍ରାଉଣ୍ତରେ ଏହି ପ୍ରତିଯୋଗିତା ଗତ ୧୯ରୁ ୨୨ ଚାରି ଦିନ ଧରି ଆୟୋଜିତ ହୋଇଥିଲା ।

    ଶୁଭଶ୍ରୀ ୧୦୦, ୨୦୦ ଓ ୪୦୦ ମିଟରରେ ସ୍ବର୍ଣ୍ଣ ଏବଂ ୪୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ସେ ଏକାମ୍ର କଲେଜର ଯୁକ୍ତ ତିନିର ଛାତ୍ରୀ । କଲେଜର କ୍ରୀଡା ଶିକ୍ଷକ ମନୋଜ ମହାପାତ୍ରଙ୍କ ତତ୍ତ୍ବାବୋଧନାରେ ଏକାମ୍ର ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲା । ଶୁଭଶ୍ରୀ ଏକାକୀ ୪ଟି ପଦକ ଜିତି କଲେଜକୁ ଗୌରବାନ୍ବିତ କରିଛନ୍ତି । କଲେଜର ଅଧ୍ୟକ୍ଷା ଡ. ରାଜଶ୍ରୀ ମହାନ୍ତି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    81 %
    1.2kmh
    94 %
    Mon
    23 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ