Monday, November 23, 2026
24.8 C
Odisha

    OSSTET-୨୦୨୬ ପରୀକ୍ଷା ଫଳ ପ୍ରକାଶ, ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

    ଆଗକୁ ପଢନ୍ତୁ

    କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ OSSTET-୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ଏହି ପରୀକ୍ଷାରେ ମୋଟ ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ସେପ୍ଟେମ୍ବର ୩୦ ତାରିଖରେ ପରୀକ୍ଷା ହୋଇଥିବାବେଳେ ଉଭୟ ପେପର୍‌ରେ ମୋଟ ୫୯ ହଜାର ୩୫୭ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ ।

    ପରିଷଦର ସୂଚନା ଅନୁଯାୟୀ, ପେପର୍‌-୧ରେ ୫୫ ହଜାର ୧୯୩ ଜଣ ଫର୍ମ ପୂରଣ କରିଥିବାବେଳେ ୫୨ ହଜାର ୧୯ ଜଣ ପରୀକ୍ଷା ଦେଇଥିଲେ ।  ସେଥିମଧ୍ୟରୁ ୪୧ ହଜାର ୧୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।  ପାସ୍ ହାର ରହିଛି ୭୯.୧୯ ପ୍ରତିଶତ।ସେହିପରି ପେପର୍‌-୨ରେ ୪ ହଜାର ୧୬୪ ଜଣ ଫର୍ମ ପୂରଣ କରିଥିବାବେଳେ ୩ ହଜାର ୯୪୯ ଜଣ ପରୀକ୍ଷା ଦେଇଥିଲେ ।  ଏଥିରେ ୩ ହଜାର ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

    ପାସ୍ ହାର ୭୮.୬୫ ପ୍ରତିଶତ ରହିଛି । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ନଭେମ୍ବର ୨୫ ତାରିଖ ସକାଳ ୧୦ଟାରୁ ନିର୍ଦ୍ଧାରିତ ଦେୟ ପୈଠ କରି ପରିଷଦର ୱେବ୍‌ସାଇଟ୍‌ରୁ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ କରିପାରିବେ । ଅନ୍ୟପକ୍ଷରେ ଅକୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ଡିସେମ୍ବର ୨ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଜର ଓଏମଆର ଉତ୍ତର ଖାତା ଡାଉନ୍‌ଲୋଡ୍ କରିପାରିବେ ।  ପରିଷଦର ୱେବ୍‌ସାଇଟ୍ www.bseodisha.ac.in ଏବଂ www.bseodisha.nic.in ରେ ଫଳ ଉପଲବ୍ଧ ହେଉଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    81 %
    1.2kmh
    94 %
    Mon
    23 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ