Monday, October 19, 2026
21.6 C
Odisha

    ଜାଲରେ ପଡ଼ିଲା ୧୬ ଫୁଟିଆ ଅଜଗର, ଉଦ୍ଧାର କଲା ବନବିଭାଗ

    ଆଗକୁ ପଢନ୍ତୁ

    ବାଙ୍କି  : କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ୍ ଉପର ପାଥପୁରରୁ ବିରାଟକାୟ ଅଜଗର ଉଦ୍ଧାର ହୋଇଛି। ବନବିଭାଗ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଛି।

    ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମରେ ଅଜଗରଟିକୁ ସୁରକ୍ଷିତ ଭାବେ ଜାଲରୁ ବାହାର କରାଯାଇଥିଲା। ଉଦ୍ଧାର ସମୟରେ ସାପଟିର କୌଣସି ବଡ଼ କ୍ଷତି ହୋଇନଥିବା ଜଣାପଡ଼ିଛି। ପରେ ବନ ବିଭାଗ ପକ୍ଷରୁ ଅଜଗରଟିକୁ ନିକଟସ୍ଥ ଜଙ୍ଗଲରେ ନେଇ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି।

    ସୂଚନା ଅନୁସାରେ, ବର୍ଷା ଦିନରେ ଖାଦ୍ୟ ଓ ଆଶ୍ରୟ ଖୋଜି ଜଙ୍ଗଲ ଅଞ୍ଚଳରୁ ବନ୍ୟଜନ୍ତୁ ଏବଂ ସାପ ଜନବସତି ଆଡ଼କୁ ଚାଲି ଆସିଥାନ୍ତି। ତେଣୁ ଏଭଳି ସାପ ଦେଖିଲେ ଲୋକେ ନିଜେ ଧରିବାକୁ ଚେଷ୍ଟା ନକରି ବନ ବିଭାଗକୁ ଖବର ଦେବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ