Monday, October 19, 2026
21.6 C
Odisha

    ପଶ୍ଚିମ ସିକ୍କିମରେ ଭୟଙ୍କର ଭୂସ୍ଖଳନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ପଶ୍ଚିମ ସିକ୍କିମରେ ଭୟଙ୍କର ଭୂସ୍ଖଳନ। ଗ୍ୟାଲସିଂ ଜିଲ୍ଲାର ୟୁକସମ୍ ସବ୍ ଡିଭିଜନ୍ ରିମ୍ବି ଓ ସିଙ୍ଗଲିତମ ଅଞ୍ଚଳରେ ବିଶାଳ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି ଓ ପଥର ଲଗାତାର ତଳକୁ ଖସୁଥିବାରୁ ଜନବସତି ସହ ଚାଷଜମି ପ୍ରତି ବିପଦ ବଢ଼ିଛି। ଗତ୧୪ ଶୁକ୍ରବାର ରାତିରୁ ଭୂସ୍ଖଳନ ଆରମ୍ଭ ହୋଇଥିଲା। ଏହାପରେ ମଧ୍ୟ ପାହାଡ଼ ଓ ମାଟିର ଗତି ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ରିମ୍ବିର ଉପର ଭାଗରେ ଥିବା ସିଙ୍ଗଲିତମ ଅଞ୍ଚଳରୁ ତଳକୁ ଭୂସ୍ଖଳନର ବିପଦ ରହିଛି। ପ୍ରଭାବିତ ଅଞ୍ଚଳ ମଧ୍ୟରେ ପ୍ରାୟ ୩୮ଟି ପରିବାର ରହୁଛନ୍ତି। ସେଥିମଧ୍ୟରୁ ରିମ୍ବିରେ ପ୍ରାୟ ୩୦ ଏବଂ ସିଙ୍ଗଲିତମରେ ୮ଟି ପରିବାର ରହିଛନ୍ତି। ମୋଟ ୧୫୦ରୁ ଅଧିକ ଲୋକଙ୍କ ପ୍ରତି ବିପଦ ରହିଥିବା ଆକଳନ କରାଯାଇଛି।

    ରିମ୍ବିରେ ବିଶେଷ ଭାବେ ପ୍ରାୟ ୨୮ଟି ପରିବାରର ପାଖାପାଖି ୬୦ ଜଣ ଲୋକ ସିଧାସଳଖ ବିପଦରେ ଥିବା ମଧ୍ୟ ରିପୋର୍ଟ ହୋଇଛି। ଆଗକୁ ବଢ଼ୁଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ୨ରୁ ୩ଟି ଘର ପ୍ରଭାବିତ ହୋଇସାରିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପ୍ରାୟ ୧୫ ଦିନ ଧରି ଅଞ୍ଚଳରେ ଭୂସ୍ଖଳନର ଗତିବିଧିକୁ ନେଇ ଭୟ ଲାଗିରହିଛି। ପାହାଡ଼ରୁ ମାଟି ଖସିବା ଜାରି ରହିଥିବାରୁ ଅନେକ ପରିବାର ରାତିରେ ମଧ୍ୟ ଭୟରେ ଶୋଇପାରୁ ନାହାନ୍ତି। ସ୍ଥିତିର ଗମ୍ଭୀରତାକୁ ଦେଖି ସିକ୍କିମ ପ୍ରଶାସନ ପ୍ରଭାବିତ ଓ ବିପଦପୂର୍ଣ୍ଣ ଅଞ୍ଚଳର ପରିବାରଗୁଡ଼ିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି।

    ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଥିବାବେଳେ ଅସୁରକ୍ଷିତ ପରିବାରଗୁଡ଼ିକୁ ଚିହ୍ନଟ କରାଯାଉଛି। ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟ ଓ ରହଣି ବ୍ୟବସ୍ଥା ମଧ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ପ୍ରେସ୍ ସଚିବ ୟୁଗନ ତମାଙ୍ଗଙ୍କ ସୂଚନା ଅନୁସାରେ ପ୍ରଶାସନ ଭୂସ୍ଖଳନର ଗତିବିଧି ଉପରେ କଡ଼ା ନଜର ରଖିଛି। କ୍ଷୟକ୍ଷତିର ପରିମାଣ ଏବଂ ଆଗକୁ ଭୂସ୍ଖଳନ କେଉଁ ଦିଗରେ ବଢ଼ିପାରେ, ତାହା ଆକଳନ ପାଇଁ ଟେକ୍ନିକାଲ୍ ଆସେସମେଣ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। SDM, BDO ଓ ପଞ୍ଚାୟତ ପ୍ରତିନିଧିମାନେ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପାହାଡ଼ିଆ ଅଞ୍ଚଳରେ ଆହୁରି ଭୂସ୍ଖଳନ, ପଥର ଖସିବା ଓ ଜଳବନ୍ଦୀର ବିପଦ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ