Tuesday, September 29, 2026
24.9 C
Odisha

    ଜାଲ୍ ଆୟ ଦର୍ଶାଇ ୧୩୨୨ କୋଟି ଋଣ ! ସୁୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଏତଲା

    ଆଗକୁ ପଢନ୍ତୁ

    ତିରୁଅନନ୍ତପୁରମ  : ‘ଜି ମିଡିଆ ଗ୍ରୁପ’ର ମାଲିକ ଏସେଲ ଗ୍ରୁପର ମୁଖ୍ୟ ସୁଭାଷ ଚନ୍ଦ୍ରାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ମାମଲା ନ ଥମୁଣୁ ଆଉ ଗୋଟିଏରେ ଛନ୍ଦି ହୋଇ ଯାଇଛନ୍ତି। ୨୨ ହଜାର କୋଟିର ଋଣ ବଦଳରେ ୬.୨୫ କୋଟିର ଋଣ ପରିଶୋଧ ଯୋଜନାକୁ ଏନସିଏଲଟିର ମଞ୍ଜୁରୀ ପରେ ସାରା ଦେଶରେ ବିବାଦରେ ଥିବା ସୁଭାଷ ଚନ୍ଦ୍ରାଙ୍କ ସମେତ ଆଉ ଚାରି ଜଣଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଛି। ୧୩୨୨ କୋଟି ଟଙ୍କାର ଋଣ ଠକେଇ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏ ନେଇ ଏଲଆଇସି ହାଉସିଂ ଫାଇନାନ୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଲଆଇସି ଅଭିଯୋଗ କରିଛିି ଯେ ସୁଭାଷ ଚନ୍ଦ୍ରା ଜାଲ୍ ଆୟ ପ୍ରମାଣପତ୍ର ଜମା କରି ନିଜ କମ୍ପାନୀ ପାଇଁ ଋଣ ନେଇଥିଲେ। ପରେ ପ୍ରମାଣପତ୍ରଗୁଡ଼ିକୁ ପ୍ରତ୍ୟାହାର କରି ନେଇଥିଲେ। ସୁଭାଷ ଚନ୍ଦ୍ରାଙ୍କ ବ୍ୟତୀତ ପଙ୍କଜ ସୁରେଲିଆ, ଅମିଶ ପାଣ୍ଡ୍ୟା ଓ ରାଜୀବ ଢୋଲକିଆଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ କରିଛି। ଏହି ଚାରି ଜଣଙ୍କ ବିରୋଧରେ ୨୦୧୮ରୁ ୨୦୨୬ ମଧ୍ୟରେ ଠକେଇ, ବିଶ୍ବାସ ଭଙ୍ଗ ଓ ଆପରାଧିକ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଲାଗିଛି।

    ଏଲଆଇସିର ଅଭିଯୋଗ ଅନୁଯାୟୀ, ୨୦୧୮ରେ ସୁଭାଷ ଚନ୍ଦ୍ରା ‘ମେସର୍ସ ବସନ୍ତ ସାଗର ପ୍ରପର୍ଟିଜ ପ୍ରାଇଭେଟ ଲିମିଟେଡ’ ଓ ନିଜର ଅନ୍ୟ କମ୍ପାନୀ ଲାଗି ଋଣ ନେଇଥିଲେ। ଋଣ ମଞ୍ଜୁରୀ ପାଇଁ ସେ ବାର୍ଷିକ ଆୟ ପ୍ରମାଣପତ୍ର ଦାଖଲ କରିଥିଲେ। ଏଥିରେ ତାଙ୍କର ମୋଟ ବ୍ୟକ୍ତିଗତ ସମ୍ପତ୍ତି ୫୯,୧୧୩ କୋଟି ଟଙ୍କା ଦର୍ଶା ଯାଇଥିଲା। ଏହାକୁ ଆଧାର କରି ଏଲଆଇସି ଏଚଏଫଏଲ ତାଙ୍କ କମ୍ପାନୀଙ୍କୁ ୧୩୨୨ କୋଟିରୁ ଅଧିକ ଟଙ୍କାର ଋଣ ଦେଇଥିଲା। ଏସେଲ ଗ୍ରୁପର କମ୍ପାନୀ ଋଣ ପରିଶୋଧ ନ କରିବାରୁ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁଭାଷ ବଡ଼ ମନ୍ତବ୍ୟ ଦେଇଥିଲେ ଏବଂ ତାଙ୍କ ସମ୍ପତ୍ତି କେବେ ଏତେ ନ ଥିବା କହିଥିଲେ। ୨୦୨୪ରେ ତାଙ୍କର ବାର୍ଷିକ ଆୟ ୩୧.୭୯ କୋଟି ଟଙ୍କା ରହିଛି। ୨୦୧୭-୧୮ରେ ସମ୍ପତ୍ତି ୪୦ ହଜାର କୋଟିରୁ ଅଧିକ ନ ଥିଲା ବୋଲି କହିଛନ୍ତି।

    ସୁଭାଷ ଚନ୍ଦ୍ରାଙ୍କ ଦେବାଳିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଏନସିଏଲଟି ୬.୨୫ କୋଟିର ପରିଶୋଧ ଯୋଜନାକୁ ମଞ୍ଜୁରୀ ଦେବା ପରେ ତାଙ୍କର ସବୁ କିଛି ବିଗିଡ଼ି ଯାଇଥିଲା। ଏଭଳି ରାୟକୁ ସମାଲୋଚନା କରିଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସୁଭାଷଙ୍କୁ ଦେବାକୁ ପଡ଼ିଥିଲା। ଏସେଲ ଗ୍ରୁପର ଏହି ମାଲିକ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସାମାଜିକ ଗଣମାଧ୍ୟମରେ ରିଲ୍ ଛାଇ ଯାଇଥିଲା। ଏହା ପରେ ଏନସିଏଲଟିର ପାଞ୍ଚ ଜଣିଆ ପୀଠ ସୁଭାଷଙ୍କ ଋଣ ପରିଶୋଧ ଯୋଜନା ଉପରେ କଟକଣା ଲଗାଇ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ