Saturday, October 10, 2026
24.4 C
Odisha

    ଜିମ୍ ଯିବାକୁ ଭାବିବା ପୂର୍ବରୁ ଜାଣନ୍ତୁ ଏହି କଥା, ଘରେ ରହି ଚୁଟକିରେ କମାନ୍ତୁ ଓଜନ

    ଆଗକୁ ପଢନ୍ତୁ

    ଓଜନ କମ୍ କରିବା ଆଜିର ସମୟରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ନିଜକୁ ଫିଟ୍ ଓ ଫାଇନ୍ ରଖିବା ପାଇଁ ଲୋକମାନେ କେତେ କଣ ସବୁ ତରିକାକୁ ଆପଣାଉଛନ୍ତି । ଯେମିତିକି ଡାଏଟିଂ, ଯୋଗ, ଜିମ୍ ଆଦି। କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ ବେଳେବେଳେ ସଠିକ୍ ରେଜଲ୍ଟ ମିଳି ପାରିନଥାଏ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ ବିଷୟରେ କହିବୁ ଯାହା ଦ୍ବାରା ଆପଣଙ୍କ ବେଲି ଫ୍ୟାଟ୍ ଗୋଟେ ସପ୍ତାହ ମଧ୍ୟରେ କମ ହେବା ସହ ଶରୀର ଫିଟ୍ ଆଣ୍ଡ ଫାଇନ୍ ରହିବ। ତେବେ ଆସନ୍ତୁ ଜାଣିବା ଗରମ ପାଣି ସହ ମହୁ ଏବଂ ଲେମ୍ବୁ  :-

    ଲେମ୍ବରେ ବହୁ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ।

    ତେବେ ସକାଳୁ ଖାଲି ପେଟରେ ହାଲକା ଗରମ ପାଣି ସହ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଦ୍ବାରା ବେଲି ଫ୍ୟାଟ୍ କମ ହୋଇଥାଏ। ଏହା ସହ ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଖାଲି ଏତିକି ନୁହେଁ ପ୍ରତିଦିନ ଏହାକୁ ପିଇବା ଦ୍ବାରା ତ୍ବଚା ମଧ୍ୟ ଗ୍ଲୋ କରିଥାଏ।

    ଆମର ପ୍ରତିଦିନ ଖାଦ୍ୟରେ ଜିରା ବ୍ୟବହାର କରାଯାଏ। ତେବେ ପ୍ରତିଦିନ ଖାଲି ପେଟରେ ସକାଳୁ ଜିରା ପାଣି ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଜିରା ପାଣି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ଏହା ସହ ଶ୍ୱାସକ୍ରିୟା କାଶ ଏବଂ ଆଲର୍ଜି ଭଳି ରୋଗ ଦୂର କରିବାରେ ସହାୟକ ମଧ୍ୟ ହୋଇଥାଏ।

    ପାନ ମଧୁରୀରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସକାଳୁ ପାନ ମଧୁରୀ ପାଣି ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ଯାହା ଦ୍ବାରା ଖାଦ୍ୟ ସହଜରେ ହଜମ ହୁଏ ଏବଂ ଭୋକ ମଧ୍ୟ ଦୀର୍ଘ ସମୟ ପର୍ଯନ୍ତ ଲାଗେ ନାହିଁ।

    ଅଁଳା ଜୁସକୁ ସକାଳୁ ଗରମ ପାଣି ସହ ପିଇବା ଦ୍ୱାରା ଓଜନ କମ୍ ହ୍ରାସ ହୋଇଥାଏ। ଶରୀରରେ ଏହା ବ୍ୟାଡ୍ କୋଲେଷ୍ଟ୍ରଲ ହ୍ରାସ କରିଥାଏ। ଏହାସହିତ ଶରୀରକୁ ଶକ୍ତି ମିଳିଥାଏ, କେଶ ଏବଂ ଆଖି ପାଇଁ ବେଶ୍ ଉପଯୋଗୀ ହୋଇଥାଏ।

    ସକାଳୁ ଖାଲି ପେଟରେ ଅଦା ପାଣି ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଏହା ସହ ଶରୀରରେ ଇନସୁଲିସୁଲିନ୍ କ୍ଷମତା ବଢ଼ାଇଥାଏ ଏବଂ ରକ୍ତରେ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଆପଲ ସାଇଡ୍ ଭିନେଗାର ଓଜନ ହ୍ରାସ କମାଇବାରେ ଅନେକ ସାହଯ୍ୟ କରିଥାଏ।

    ଆପଲ ସାଇଡ୍ ଭିନେଗାରରେ ଆକ୍ଟିକ୍ ଏସିଡ୍ ରହିଛି ଯାହା ଧୀରେ ଧୀରେ ଶରୀରରେ ଫ୍ୟାଟ୍ କମାଇବା ସହ ଇନସୁଲିନ୍ ଲିଭେଲକୁ କମ୍ କରିଥାଏ। ଭେଜିଟେବୁଲ ଜୁସ୍ ଓଜନ ହ୍ରାସ କରାଇବାରେ ଅନେକ ସହାୟକ ହୋଇଥାଏ। ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରୋଲକୁ ଜାଳିବା ସହ ଫ୍ୟାଟ୍ କମାଇବାରେ ସାହାଯ୍ୟ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ