Friday, March 27, 2026
31.5 C
Odisha

    ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ଵର ଏଫଏମ ଛାତ୍ରୀ, ଭୋଗରାଇରେ ହେବ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ ଛାତ୍ରୀ। ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇରେ ଆଖି ବୁଜିଲେ। ଭୁବନେଶ୍ବର ଏମସରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ ବିଶି। ଗତକାଲି ବିଳମ୍ବିତ ରାତିରେ ଏମସ କର୍ତ୍ତୃପକ୍ଷ ତାଙ୍କୁ କ୍ଲିନିକାଲ ଡେଥ ଘୋଷଣା କରିଛନ୍ତି। ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ସ୍ଵତନ୍ତ୍ର ପୋଲିସ୍ ଏସ୍କଟରେ ବାଲେଶ୍ଵର ଅଣାଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇରେ ମୃତ ଛାତ୍ରୀଙ୍କ ଘର। ଆଜି ଛାତ୍ରୀଙ୍କ ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ ହେବ।

    ସୂଚନା ଅନୁସାରେ ଗତ ୧୨ ତାରିଖ ମଧ୍ୟାହ୍ନରେ ଏଫଏମ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଲାଇଫ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା ଚାଲିଥିଲା । ୧୦ ଜଣିଆ ବିଶେଷଜ୍ଞ ଦଳ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଛାତ୍ରୀଙ୍କରଶ୍ବାସନଳୀ, ବୃକକ, ହୃତପିଣ୍ଡ ସମେତ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡ଼ିଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଗତକାଲି ରାତି ପ୍ରାୟ ୧୨ଟାରେ ପରିବାର ଛାତ୍ରୀଙ୍କ ମୃତ୍ୟୁ ଘୋଷଣା ପରେ ମେଡିକାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା । ଏଫଏମ କଲେଜର ଏଜୁକେସନ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଲିଖିତ ଅଭିଯୋଗ କରିଥିଲେ ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀ। ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ଶେଷରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ