Friday, April 10, 2026
37.3 C
Odisha

    ଜୁନ୍ ସୁଦ୍ଧା ପୂର୍ବତଟ ରେଳପଥରେ ଲାଗିବ ୨୫୦୦ ସିସିଟିଭି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ପୂର୍ବତଟ ରେଳପଥରେ ୨୦୨୬ ଜୁନ୍‌ ସୁଦ୍ଧା ୨୫୦୦ଟି ସୌରଚାଳିତ ସିସିଟିଭି କ୍ୟାମେରା ସ୍ଥାପନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ରେଳ ଧାରଣା, ରେଳକୁ ପଥର ଫୋପାଡ଼ିବା ଆଦି ଅପରାଧ ଘଟୁଥିବା ସମ୍ବେଦନଶୀଳ ସ୍ଥାନରେ ପୂର୍ବତଟ ରେଳପଥ ପକ୍ଷରୁ ସୌରଚାଳିତ ସିସିଟିଭି କ୍ୟାମେରା ସ୍ଥାପନ କରାଯାଉଛି। ଏନେଇ ଗୁରୁବାର ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

    ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି; ସମସ୍ତ ଡିଭିଜନରେ ଏହାର ସୌରଚାଳିତ ସିସିଟିଭି ନେଟୱର୍କକୁ ବୃଦ୍ଧି କରାଯିବ। ସମ୍ବେଦନଶୀଳ ଅଞ୍ଚଳରେ ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନରେ ୧୧୩, ସମ୍ବଲପୁରରେ ୪୭ ଏବଂ ଖୋରଧା ରୋଡ ଡିଭିଜନରେ ୬ ଏହିପରି ମୋଟ ୧୬୬ଟି ସୌରଚାଳିତ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହୋଇଛି। ଏହି କ୍ୟାମେରାଗୁଡ଼ିକ ଷ୍ଟେସନ ପରିସର, ମାର୍ଶାଲିଂ ୟାର୍ଡ, ଲେଭଲ କ୍ରସିଂ ଏବଂ ପୃଥକ ଟ୍ରାକ୍ ସେକ୍ସନ ଭଳି ଉଚ୍ଚ ବିପଦପୂର୍ଣ୍ଣ ଏବଂ ଅଧିକ ଟ୍ରାଫିକ ସ୍ଥାନରେ ସ୍ଥାପିତ ହୋଇଛି। ସୌର ସିସିଟିଭି କ୍ୟାମେରା ନିରୀକ୍ଷଣରେ ଥିବା ସେକ୍ସନଗୁଡ଼ିକରେ ଟ୍ରେନ୍ ଉପରକୁ ପଥର ଫିଙ୍ଗା, କେବୁଲ୍ ଚୋରି, ଅନୁପ୍ରବେଶ ଏବଂ ଟ୍ରାକ୍ ଭାଙ୍ଗିବା ପ୍ରୟାସ ହ୍ରାସ ପାଇଛି।

    ଏହା ବ୍ୟତୀତ ରେକର୍ଡ ହୋଇଥିବା ଫୁଟେଜ୍ ଅପରାଧୀଙ୍କ ଶୀଘ୍ର ଚିହ୍ନଟ, ପ୍ରମାଣ ଆଧାରିତ ତଦନ୍ତ ଏବଂ ବିଚାରରେ ସାହାଯ୍ୟ କରୁଛି। ସେହିପରି ପୂର୍ବତଟ ରେଳପଥ ଘନ ଜଙ୍ଗଲ ଏବଂ ଦୂରବର୍ତ୍ତୀ ଟ୍ରାକ୍ ଅଂଶ ସମେତ ଦୁର୍ଗମ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଆକାଶ ମାର୍ଗରେ ନିରୀକ୍ଷଣ ପାଇଁ ୧୦ଟି ଡ୍ରୋନ୍ ନିୟୋଜିତ କରିଛି। ଫଳରେ ବ୍ଲାଇଣ୍ଡ ସ୍ପଟ୍‌ଗୁଡ଼ିକୁ କମାଇ ସୁରକ୍ଷାକୁ ଆହୁରି ସୁଦୃଢ଼ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.3 ° C
    37.3 °
    37.3 °
    14 %
    4.2kmh
    0 %
    Fri
    37 °
    Sat
    39 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ