ଭୁବନେଶ୍ବର : କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଓଟିଇଟି ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 20 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଟିଇଟି ପାସ୍ କରିନଥିବା ଶିକ୍ଷକମାନଙ୍କୁ ଯୋଗ୍ୟତା ହାସଲ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ପେପର-1 ପରୀକ୍ଷା ସକାଳ 9ଟାରୁ 11ଟା 30 ଏବଂ ପେପର-2 ପରୀକ୍ଷା ଅପରାହ୍ନ 2ଟାରୁ 4ଟା 30 ପର୍ଯ୍ୟନ୍ତ ହେବ । ଅନଲାଇନରେ ଖୁବଶୀଘ୍ର ଆଡମିଟ କାର୍ଡ ଉପଲବ୍ଧ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ପଢିପାରିବେନି କିମ୍ବା ଲେଖିପାରିବେନି ସେମାନେ ପରୀକ୍ଷାର 4 ଦିନ ପୂର୍ବରୁ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଟେଣ୍ଟଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ପରୀକ୍ଷାରେ ଲେଖିବା ପାଇଁ ଜଣେ ସହାୟକକୁ ଅନୁମତି ଦିଆଯାଇପାରେ ।
ଚିକିରିରେ ରହି ମଧ୍ୟ ଓଟିଇଟି ପରୀକ୍ଷାରେ ଅସଫଳ ହେଉଛନ୍ତି ଶିକ୍ଷକ । ଫଳରେ ଚାକିରିରେ ଇନକ୍ରିମେଣ୍ଟ ସାଙ୍ଗକୁ ସରକାରୀ ଚାକିରିରେ ନିୟମିତ ହେବାରେ ସମସ୍ୟା ଦେଖାଯାଉଛି ।ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଧ୍ୟମିକ ଶିକ୍ଷା ପରିଷଦ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଛି । ଜୁଲାଇ 20ରେ ହେବାକୁ ଥିବା ପରୀକ୍ଷାରେ 150 ମାର୍କର ପରୀକ୍ଷା ହେବ । ସାଧାରଣ ବର୍ଗଙ୍କ ପାଇଁ ପାସ୍ ମାର୍କ 90 ରହିଛି । ବାକି ଏସସି, ଏସଟି ପାଇଁ 75 ମାର୍କ ରଖାଯାଇଛି ।www.bseodisha.ac.inରେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।