Saturday, November 1, 2025
28.1 C
Odisha

    ଜେଇଇ ମେନ୍ସ ୨୦୨୬ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କେମିତି କରିବେ ଆବେଦନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜେଇଇ ମେନ୍ସ ୨୦୨୬ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ନ୍ୟାସନାଲ ଟେଷ୍ଟି ଏଜେନ୍ସୀ ଅଧିନରେ ସେସନ-୧ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଅପେକ୍ଷା କରିଥିବା ପ୍ରାର୍ଥୀ ତୁରନ୍ତ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏନଟିଏର ଅଫିସିଆଲ ୱେବସାଇଟ୍ jeemain.nta.nic.in କୁ ଯାଇ ଅଧିକ ବିବରଣୀ ପାଇପାରିବେ । ଆବେଦନ କରିବାର ତାରିଖ ୩୧ ଅକ୍ଟୋବରରୁ ଆରମ୍ଭ ହୋଇ ୨୭ ନଭେମ୍ବର, ୨୦୨୫ ଯାଏଁ ଚାଲିବ । ଏହାଛଡା ଏନଟିଏ ତରଫରୁ କ୍ରେଡିଟ୍ କାର୍ଡ/ଡେବିଟ୍ କାର୍ଡ/ନେଟ ବ୍ୟାଙ୍କିଯ/ୟୁପିଆଇ ଜରିଆରେ ଫି ଜମା କରିପାରିବେ । ପରୀକ୍ଷା ବିଷୟରେ ଘୋଷଣା ଜାନୁଆରୀ ୨୦୨୬ର ପ୍ରଥମ ସପ୍ତାହରେ କରାଯିବ । ଜେଇଇ ମେନ୍ସ ପାଇଁ ଆବେଦନ କେବଳ ଅନଲାଇନ ସ୍ବୀକାର କରାଯିବ । ପରୀକ୍ଷା ଅଲଗା ଅଲଗା ସେସନରେ କରାଯିବ । ପ୍ରଥମ ସେସନ ୨୧ ରୁ ୩୦ ଜାନୁଆରୀ ଏବଂ ଦ୍ବିତୀୟ ୧ ରୁ ୧୦ ଏପ୍ରିଲ ମଧ୍ୟରେ ହେବ ।

    କେମିତି କରିବେ ରେଜିଷ୍ଟ୍ରେସନ :

    ରେଜିଷ୍ଟ୍ରେସନ ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ jeemain.nta.nic.in କୁ ଯାଆନ୍ତୁ ।
    ହୋମପେଜରେ JEE Mains 2026 Registration ଉପରେ କ୍ଲିକ୍ କରନ୍ତୁ ।
    ଏହାପରେ ନିଜର ସୂଚନା ଭରିବା ପରେ ଦସ୍ତାବିଜ ଅପଲୋଡ କରିବାକୁ ହେବ ।
    ଏହାପରେ ଆବେଦନ ଶୁଳ୍କ ଭରିବା ପରେ ସବମିଟ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    72 %
    3kmh
    67 %
    Sat
    27 °
    Sun
    28 °
    Mon
    30 °
    Tue
    28 °
    Wed
    28 °

    ସମ୍ବନ୍ଧିତ