Thursday, August 13, 2026
27.5 C
Odisha

    ଜେଲରୁ ମୁକୁଳିଲେ ରାଜପାଲ ଯାଦବ, ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଜେଲରେ

    ଆଗକୁ ପଢନ୍ତୁ

    ଜେଲରୁ ମୁକୁଳିଲେ ରାଜପାଲ ଯାଦବ ।  ୯ କୋଟି ଟଙ୍କାର ଜେଲ ବାଉନ୍ସ ମାମଲାରେ ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ରାଜପାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଅଦାଲତ। ଅଦାଲତ ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ ଦେଢ କୋଟି ଟଙ୍କା ଦାଖଲ କରିବା ପରେ ରାଜପାଲଙ୍କୁ ଜାମିନ ମିଳିଥିଲା।

    ଋଣ ସୁଝିବାରେ ବିଫଳ ହେବାରୁ ରାଜପାଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜପାଲ ଅଦାଲତ ଅବମାନନା କରିଥିବାରୁ ତାଙ୍କୁ ଗିରଫ ପାଇଁ ଦ୍ବିତୀୟ ନିର୍ଦ୍ଦେଶ ଜାରି କରିବା ପରେ ସେ ଫେବୃୟାରୀ ୫ ତାରିଖରେ ଆତ୍ମସମର୍ପଣ କରିଥିଲେ।

    ୨୦୧୦ ମସିହାରେ ନିଜର ନିର୍ଦ୍ଦେଶିତ ଫିଲ୍ମ ‘ଅତା ପତା ଲାପତା’ ପାଇଁ ରାଜପାଲ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ। ଟଙ୍କା ଫେରସ୍ତ କରିବାରେ ବିଫଳ ହେବା ଏବଂ ବାରମ୍ବାର ଚେକ୍ ବାଉନ୍ସ ହେବା ଯୋଗୁଁ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ବର୍ତ୍ତମାନ ଏହି ବକେୟା ରାଶି ପ୍ରାୟ ୯ କୋଟି ଟଙ୍କାରେ ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ