Monday, March 23, 2026
22 C
Odisha

    ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ମିଳିବ 5 ହଜାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏଥର ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା 9 ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବଣ୍ଟାଯିବ । କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀ ଏକକାଳୀନ ପାଇବେ ସୁଭଦ୍ରା ଟଙ୍କା ।

    ଲୋକଙ୍କ ଫିଡବ୍ୟାକ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ସୁଭଦ୍ରା ଅର୍ଥ କିପରି ବ୍ୟବହାର ହେଉଛି ମତାମତ ନେବାକୁ ଷ୍ଟିଅରିଂ କମିଟିରେ ନିଷ୍ପତ୍ତି ହୋଇଛି । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ସେଥିପାଇଁ ସର୍ଭେ କରାଯାଉଥିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆହୁରି ସାମିଲ ହେବେ ସୁଭଦ୍ରା ହିତାଧିକାରୀ- ତେବେ ଆହୁରି ମଧ୍ୟ ସୁଭଦ୍ରା ହିତାଧିକାରୀଙ୍କୁ ସୁଯୋଗ ଦିଆଯିବ । 21 ବର୍ଷ ହେବା ପରେ ନୂଆ ସାମିଲ ହେବେ । ଏନେଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅତିରିକ୍ତ ସୂଚନା ଦେଇଛନ୍ତି ।

    ଅଗଷ୍ଟ ୯ ତାରିଖରେ ୧କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ । ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି । ବର୍ତ୍ତମାନ ତୃତୀୟ କିସ୍ତି ପରେ 15 ହଜାର ଟଙ୍କା ପାଇବେ ହିତାଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ