Wednesday, May 6, 2026
33.5 C
Odisha

    ମହାରାଷ୍ଟ୍ର ଥାନେରେ ସିମେଣ୍ଟ ମିକ୍ସର ଗାଡ଼ି ଏବଂ ଟାକ୍ସି ଧକ୍କା, ୧୦ ମୃତ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା । ଏକ ସେତୁ ଉପରେ ସିମେଣ୍ଟ ମିକ୍ସର ସହିତ ଏକ ଗାଡ଼ି ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଥାନେ ଜିଲ୍ଲା ମୁରୱାଡରେ କଲ୍ୟାଣ-ମୁରବାଡ ମାର୍ଗରେ ଦୁର୍ଘଟଣା ପରେ ରାୟତେ ସେତୁ ଉପରେ ଯାତାୟାତ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ, ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ମୁରୱାଡର ଗୋବିଲି ଗାଁର ରାୟତେ ସେତୁ ଉପରେ ସକାଳ ପ୍ରାୟ ସାଢେ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଯାତ୍ରୀବାହୀ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ବାହାର କରିଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

    ସୂଚନାଯୋଗ୍ୟ, ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଲଖତର-ବିରମଗାମ ହାଇୱେରେ ଥିବା ଭାସ୍କରପରା ନିକଟରେ ଦ୍ରୁତଗାମୀ ଟ୍ରକ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଯାତ୍ରୀମାନଙ୍କୁ ଧକ୍କା ଦେଇଛି। ଭୟଙ୍କର ଦୁର୍ଘଟଣାରେ ଅତିକମରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.5 ° C
    33.5 °
    33.5 °
    39 %
    1kmh
    28 %
    Wed
    36 °
    Thu
    38 °
    Fri
    40 °
    Sat
    40 °
    Sun
    39 °

    ସମ୍ବନ୍ଧିତ