Friday, April 3, 2026
39 C
Odisha

    ଝାଡ଼ଖଣ୍ଡ ରାଞ୍ଚିରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଝାଡ଼ଖଣ୍ଡ ରାଞ୍ଚିରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗର ୭୦ ପ୍ରତିନିଧି ବୈଠକରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ବିଦ୍ୟୁତ କ୍ଷେତ୍ରରେ ପ୍ରଗତି ଉପସ୍ଥାପନ କରିଥିଲେ। ସେ କେନ୍ଦ୍ର-ରାଜ୍ୟ ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଦୃଢ଼ ସହଯୋଗ ଉପରେ ଗୁରୁତ୍ବାରୋପ କରିଛନ୍ତି ।

    ଓଡ଼ିଶାରେ ମହିଳା ଓ ଶିଶୁ କଲ୍ୟାଣ ପାଇଁ ୧୫ହଜାର୨୨୩ କୋଟି ବଜେଟ ସହ ଓଡ଼ିଶା ପୁଷ୍ଟି ମିଶନ, ମହିଳା ସୁରକ୍ଷା ପାଇଁ ସୁଭଦ୍ରା ଯୋଜନା ଏବଂ ୧୭ଟି ଭାଷାରେ ଆଦିବାସୀ ଶିଶୁଙ୍କ ଶିକ୍ଷା ପାଇଁ ‘ଆମେ ପଢ଼ିବା ଆମ ଭାଷାରେ’ ଭଳି ପଦକ୍ଷେପ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏବିପିଏମଜେଏୱାଇ-ଜିଜେଏୱାଇ ଏବଂ ଆୟୁଷ୍ମାନ ବୟ ବନ୍ଦନା ଯୋଜନା ମାଧ୍ୟମରେ ୩.୬ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କାର କ୍ୟାସଲେସ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯାଉଛି । ଯେଉଁଥିରେ ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ସହାୟତା ରହିଛି।

    ଶିକ୍ଷା ସଂସ୍କାର ଅଧୀନରେ, ଏନଇପି ୨୦୨୦ ଅନୁଯାୟୀ ୪୫,୦୦୦ ପ୍ରାକ୍-ପ୍ରାଥମିକ ଶ୍ରେଣୀ, ପିଏମଶ୍ରୀ ମଡେଲ ସ୍କୁଲ, ଐତିହ୍ୟ ସ୍କୁଲଗୁଡ଼ିକର ଉନ୍ନତିକରଣ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଯୋଜନା ବିସ୍ତାର କରାଯାଇଛି। ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶାରେ ୨୩ଟି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏବଂ ୨୧ଟି ଫାଷ୍ଟ-ଟ୍ରାକ କୋର୍ଟ ସ୍ଥାପନ କରାଯାଇଛି। ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବିଦ୍ୟୁତୀକରଣ ସରିଛି । ୨୦୩୦ ସୁଦ୍ଧା ୪୦% ନବୀକରଣଯୋଗ୍ୟ ଊର୍ଜା ଲକ୍ଷ୍ୟ ରହିଛି । ୨,୭୪୨ ସିଏସପି ପ୍ଲସ ଆଉଟଲେଟ ମାଧ୍ୟମରେ ଅଣ-ବ୍ୟାଙ୍କ ପଞ୍ଚାୟତଗୁଡ଼ିକରେ ଆର୍ଥିକ ସମାବେଶୀକରଣ ପ୍ରୋତ୍ସାହିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ସୁରକ୍ଷିତ, ସୁସ୍ଥ ଏବଂ ସମାବେଶୀ ଭବିଷ୍ୟତ ଗଠନ ପାଇଁ କେନ୍ଦ୍ର-ରାଜ୍ୟ ଏବଂ ପୂର୍ବାଞ୍ଚଳୀୟ ସହଯୋଗର ଆବଶ୍ୟକତାକୁ ଜୋର ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ