Saturday, March 14, 2026
23.2 C
Odisha

    ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

    ଆଗକୁ ପଢନ୍ତୁ

    ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସପିଟାଲରେ ଲାଇଫ ସପୋର୍ଟରେ ରହିଛନ୍ତି । ଜାମଶେଦପୁର ସ୍ଥିତ ନିଜ ବାସଭବନ ବାଥରୁମରେ ପଡିବା ଯୋଗୁଁ ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି ।

    ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଜାମଶେଦପୁର ସ୍ଥିତ ବାସଭବନରେ ପଡ଼ିଯାଇଥିଲେ । ମନ୍ତ୍ରୀ ରାମଦାସ ସୋରେନ ଜାମଶେଦପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମନ୍ତ୍ରୀଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ପାଇଁ ଏୟାରଲିଫ୍ଟ କରାଯାଇଛି । ଏୟାର ଆମ୍ବୁଲାନ୍ସ ଜରିଆରେ ସୋନାରୀ ଏୟାରପୋର୍ଟରୁ ଦିଲ୍ଲୀକୁ ନିଆଯାଇଛି । ମନ୍ତ୍ରୀଙ୍କ ସହିତ ରାମଦାସ ସୋରେନଙ୍କ ପତ୍ନୀ, ପୁଅ ଏବଂ ସଂପର୍କୀୟ ମଧ୍ୟ ଦିଲ୍ଲୀ ଯାଇଛନ୍ତି ।

    ଶନିବାର ଦିନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ରାମଦାସ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ହସ୍ପିଟାଲକୁ ଯାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ