ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସପିଟାଲରେ ଲାଇଫ ସପୋର୍ଟରେ ରହିଛନ୍ତି । ଜାମଶେଦପୁର ସ୍ଥିତ ନିଜ ବାସଭବନ ବାଥରୁମରେ ପଡିବା ଯୋଗୁଁ ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି ।
ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଜାମଶେଦପୁର ସ୍ଥିତ ବାସଭବନରେ ପଡ଼ିଯାଇଥିଲେ । ମନ୍ତ୍ରୀ ରାମଦାସ ସୋରେନ ଜାମଶେଦପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମନ୍ତ୍ରୀଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ପାଇଁ ଏୟାରଲିଫ୍ଟ କରାଯାଇଛି । ଏୟାର ଆମ୍ବୁଲାନ୍ସ ଜରିଆରେ ସୋନାରୀ ଏୟାରପୋର୍ଟରୁ ଦିଲ୍ଲୀକୁ ନିଆଯାଇଛି । ମନ୍ତ୍ରୀଙ୍କ ସହିତ ରାମଦାସ ସୋରେନଙ୍କ ପତ୍ନୀ, ପୁଅ ଏବଂ ସଂପର୍କୀୟ ମଧ୍ୟ ଦିଲ୍ଲୀ ଯାଇଛନ୍ତି ।
ଶନିବାର ଦିନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ରାମଦାସ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ହସ୍ପିଟାଲକୁ ଯାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ।