Monday, March 30, 2026
33.2 C
Odisha

    ଝାଡ଼ାବାନ୍ତିରେ ଦୁଇ ଜୀବନ ଗଲା, ୧୦ରୁ ଅଧିକ ଆକ୍ରାନ୍ତ

    ଆଗକୁ ପଢନ୍ତୁ

    ରାୟଗଡ଼ା ଜିଲା କାଶୀପୁର ବ୍ଲକକୁ ବିଭିନ୍ନ ରୋଗ ପିଛା ଛାଡୁନି। ତେବେ ଖଣି କ୍ଷେତ୍ରରେ ବିଶ୍ୱରେ ପରିଚୟ ସୃଷ୍ଟି କରିଥିବା ଏହି ବ୍ଲକରେ ଆଜି ବି ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମିଳିଥିବା ସୂଚନାନୁସାରେ, କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତର ଲାମ୍ବେରୀ ଗ୍ରାମରେ ଦୁଇ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଲାମ୍ବେରୀ ଗ୍ରାମର ଧନ ମାଝିଙ୍କ ସ୍ତ୍ରୀ ତିଲେଇ(୫୦) ଏବଂ ବଳିଆ ମାଝିଙ୍କ ପୁଅ ଆନନ୍ଦ(୨୫)। ତିଲେଇଙ୍କର ୨୨ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ଆନନ୍ଦଙ୍କର ଶନିବାର ମୃତ୍ୟୁ ଘଟିଛି। ଗୋରଖପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଅନିଲ କୁମାର ନାଏକଙ୍କ କହିବାନୁସାରେ ଆନନ୍ଦଙ୍କୁ ଶୁକ୍ରବାର ଅଚାନକ ଝାଡ଼ା ଆରମ୍ଭ ହୋଇଥିଲା। ଏହାପରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ସେହିଭଳି ତିଲେଇ ମଧ୍ୟ ୨୨ ତାରିଖରେ ଦୁଇ ତିନିଦିନ ପୂର୍ବରୁ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିଲେ। ଗ୍ରାମରେ ଆହୁରି ୧୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ପୂର୍ବତନ ସମିତିସଭ୍ୟ। ଅନିଲଙ୍କ ସୂଚନାନୁସାରେ ଗୋରଖପୁରଠାରୁ ୪ କିମି ଦୂରରେ ରହିଥିବା ଏହି ଗ୍ରାମକୁ ପକ୍କା ରାସ୍ତା ନାହିଁ। ଫଳରେ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନାହିଁ ଏବଂ ଉପଯୁକ୍ତ ସମୟରେ ସ୍ବାସ୍ଥ୍ୟସେବା ମଧ୍ୟ ମିଳୁନାହିଁ। ତେଣୁ ଗମନାଗମନ ବ୍ୟବସ୍ଥା ସୁଧାରିବା ସହିତ ଲାମ୍ବେରୀ ଗାଁକୁ ସ୍ବାସ୍ଥ୍ୟସେବା ନିୟମିତ କରିବା ପାଇଁ ଦାବି କରିଛନ୍ତି ଅନିଲ। ଏନେଇ ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କୁ ପଚାରିବାରୁ ସେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଲାଲମୋହନ ରାଉତରାୟଙ୍କୁ ଫୋନ୍‌ କରି ଲାମ୍ବେରୀକୁ ସ୍ବାସ୍ଥ୍ୟ ଟିମ୍‌ ପଠାଇବାକୁ କହିଥିଲେ ଏବଂ ସେ ରବିବାର ଉକ୍ତ ଗାଁକୁ ଯିବେ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଲାମ୍ବେରୀ ଗାଁରେ ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପାଇଁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସିଂ ତୁରନ୍ତ ସେଠାକୁ ଟିମ୍‌ ପଠାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ନିର୍ଦ୍ଦେଶ ପାଇବା ପରେ ସିଡିଏମ୍‌ଓ ଡ.ରାଉତରାୟ ଲାମ୍ବେରୀକୁ ସ୍ବାସ୍ଥ୍ୟ ଟିମ୍‌ ପଠାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ