Friday, September 20, 2024
24.1 C
Odisha

    ଝାଡାବାନ୍ତିରେ ୩୦ରୁ ଅଧିକ ଆକ୍ରାନ୍ତ, ଦୁଇ ମୃତ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ଝାଡାବାନ୍ତି ଲୋକଙ୍କ ମଧ୍ୟରେ ଭୟର ସଂଚାର କରିଛି । ତୁଲେକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦପାଡ ଗାଁରେ ଏହି ରୋଗରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ରୁ ଅଧିକ ଆକ୍ରନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତୁରକେଲା ମେଡିକାଲରେ ଚିକିତ୍ସା କରାଯାଉଛି ଓ ଅନ୍ୟମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗାଁରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇଛି । ସେଠି ଅଳ୍ପ ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯାଉଛି । ତେବେ ଗାଁରେ କେମିତି ଝାଡାବାନ୍ତି ବ୍ୟାପିଲା ତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା େବେଳେ ଦୂଷିତ ପାଣି ପାଇଁ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି । ମେଡିକାଲ ଟିମ ରବିବାର ଦିନ ଗାଁରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଇ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ