Friday, February 27, 2026
17.9 C
Odisha

    ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଦମ୍ପତିଙ୍କୁ ଛୁରାରେ ଆକ୍ରମଣ; ମହିଳା ମୃତ, ସ୍ୱାମୀ ଗୁରୁତର

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଦମ୍ପତିଙ୍କୁ ଛୁରାରେ ଆକ୍ରମଣ । ମହିଳା ମୃତ, ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାରଣ ଅସ୍ପଷ୍ଟ ରହିଛି । ଦମ୍ପତି ରେଳ ଷ୍ଟେସନରେ ନିକଟରେ ପ୍ଲାଷ୍ଟିକ ଓ ଲୁହା ସଂଗ୍ରହ କରନ୍ତି ବୋଲି ସୂଚନା ମିଳିଛି । GRP ଥାନାରେ ମାମଲା ରୁଜୁ କରାଯାଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଦମ୍ପତି ଦ୍ଵୟ ରେଙ୍ଗାଲୀ ଷ୍ଟେସନରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ପ୍ଲାଷ୍ଟିକ ଗୋଟାଇ ଆସିଥିଲେ ।

    ଟ୍ରେନ ୱାସିଂ ପ୍ଲାଟଫର୍ମ ପାଖରେ ଜଣେ ଦୁର୍ବୃତ୍ତ ଆସି ଛୁରିରେ ଆକ୍ରମଣ କରିଥିଲା । ନିଜ ସ୍ଵାମୀଙ୍କୁ ବଞ୍ଚେଇବାକୁ ଯାଇ ସ୍ତ୍ରୀର ଛାତିରେ ଛୁରୀଟି ବାଜି ଯାଇଥିଲା ଫଳରେ ସ୍ତ୍ରୀ ସେଠାରେ ହିଁ ଟଳି ପଡ଼ିଥିଲେ। ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏନେଇ GRP ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରୁଛନ୍ତି GRP।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.9 ° C
    17.9 °
    17.9 °
    34 %
    1.5kmh
    5 %
    Fri
    33 °
    Sat
    35 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ