Friday, September 11, 2026
24.4 C
Odisha

    ରେଲୱେ କର୍ମଚାରୀଙ୍କ କ୍ବାଟର୍ସକୁ ଗୁଳି ମାଡ଼

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା    : ରେଲୱେ କଲୋନୀରେ ଗୁଳିମାଡ଼ । ଝାରସୁଗୁଡ଼ା ରେଲୱେ କର୍ମଚାରୀଙ୍କ କ୍ୱାଟରକୁ କିଛି  ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ୬ ରାଉଣ୍ଡ ଗୁଳିଚାଳନା କରିଛନ୍ତି ଦୁର୍ବୃତ୍ତ । ଗଣେଶ  ପୂଜା ଭସାଣିକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଜଣାପଡିଛି ।

    ସୂଚନାମୁତାବକ, ଗତକାଲି ରେଲୱେ କଲୋନୀରେ ଗଣେଶ ବିସର୍ଜନ ପାଇଁ ପ୍ରୋସସନ୍ ଚାଲିଥିଲା ।  ରାତି ପ୍ରାୟ ୧୦ରୁ ୧୧ଟା ଭିତରେ କଲୋନୀର କିଛି ଯୁବକ ଓ ରେଲୱେ କଲୋନୀରେ ରହୁଥିବା ସୋହନ ସୁନା ଓ ସୁଶାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା ।  ଏହାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ସେମାନେ ରେଲୱେ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଂଚି ଝାରସୁଗୁଡା ଏସପି ଓ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।  ଏହାସହ ଜିଆରପି ପୋଲିସ ମଧ୍ୟ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.4 ° C
    24.4 °
    24.4 °
    95 %
    2kmh
    95 %
    Fri
    25 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ