Saturday, April 11, 2026
37.2 C
Odisha

    ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି ନେଇ ସଂସଦରେ ପ୍ରଶ୍ନ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି କରିବା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ରାଜ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ପାଇଁ ଅଧିକ ସଂଖ୍ୟାରେ ଏୟାରଲାଇନ୍ସକୁ ଆମନ୍ତ୍ରଣ କରିବା ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ ।ଏହାରର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମୁରଲୀଧର ମୋହଲ କହିଛନ୍ତି ଯେ, ଉଭୟ ରାଉରକେଲା ଓ ଝାରସୁଗୁଡାକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା। ବର୍ତ୍ତମାନ ଝାରସୁଗୁଡା ବିମାନ ବନ୍ଦରରୁ ଦିଲ୍ଲୀ, କୋଲକାତା, ଭୁବନେଶ୍ବର ଓ ବେଙ୍ଗାଳୁରୁକୁ ବିମାନ ସେବା ଜାରି ରହିଛି। ଏହିସବୁ ସ୍ଥାନକୁ ସପ୍ତାହକୁ ୫୦ ଥର ବାଣିଜ୍ୟିକ ବିମାନ ଉଡାଣ କରୁଛି। ସେହିପରି ରାଉରକେଲାରୁ ଭୁବନେଶ୍ବର ଓ କୋଲକାତା ମଧ୍ୟରେ ଆଲିଆନ୍ସ ଏୟାରଲାଇନ୍ସର ବିମାନ ଚଳାଚଳ କରୁଛି । ଏହି ଦୁଇ ବିମାନ ବନ୍ଦର ସହ ଜୟପୁର ଓ ଉତକେଲା ବିମାନ ବନ୍ଦରକୁ ମଧ୍ୟ ଉଡାନ ଯୋଜନାରେ ସାମିଲ କରାଯାଇଛି । ପରବର୍ତ୍ତି ସମୟରେ ଅମର୍ଦା, ରାଇରଙ୍ଗପୁର ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଉଡାନ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ