Wednesday, March 18, 2026
22.7 C
Odisha

    ଝିଅର ମୃତ୍ୟୁକୁ ନେଇ ବାପାକୁ ଅଟକ ରଖିଲା ପୁଲିସ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବାପା ମାରିଦେଲା ଝିଅକୁ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡ଼ିଆ ଆଲାପୁର ଗ୍ରାମର ଓଡ଼ିଆରପି କଲୋନୀ କଙ୍କେଇ-୨ ରେ । ପାରିବାରିକ କଳହରୁ ଏହିପରି ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଗୋପାଳ ବେହେରାଙ୍କ ପରିବାରରେ ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗି ରହିଥିବାବେଳେ ଦୀର୍ଘ ଏକ ବର୍ଷ ହେବ ଗୋପାଳଙ୍କ ସ୍ତ୍ରୀ ଗୋପାଳକୁ ଛାଡି ବାପଘରେ ରହିଆସୁଛନ୍ତି। ତେବେ ଗୋପାଳଙ୍କ ବଡ ଝିଅ ଓ ପୁଅ ଗୋପାଳଙ୍କ ପାଖରେ ରହି ଆସୁଥିଲେ। କିନ୍ତୁ ଆଜି ସକାଳେ କୌଣସି କାରଣକୁ ନେଇ ଗୋପାଳ ଝିଅକୁ ତାଗିଦ କରି ଦଉଡ଼ିରେ ମାଡ ମାରିଥିଲା। ପରେ ବାପା ଗୋପାଳ କାମକୁ ଚାଲିଯାଇଥିବା ବେଳେ ଘରେ ଝିଅ ମାମାର ମୃତଦେହ ପଡ଼ିଥିବା ସାହିପଡିଶା ଲୋକ ଦେଖି ପୁଲିସକୁ ଜଣାଇଥିଲେ। ଖଲ୍ଲିକୋଟ ପୁଲିସ ଓ ଛତ୍ରପୁର ଏଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ବାପା ଗୋପାଳ ବେହେରାକୁ ପୁଲିସ ଅଟକ ରଖିଛି। ଝିଅ ମାମାକୁ ବାପା ଗୋପାଳ ହତ୍ୟା କରିଥିବା ମାମାଙ୍କ ଆଇ ଶଶି ବେହେରା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ ଗୋପାଳକୁ ଅଟକ ରଖିବା ସହ ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ମାମାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ