Friday, October 9, 2026
28.3 C
Odisha

    ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ରାୟଗଡା ଜିଲ୍ଲାରେ ପୁଣିଥରେ ଏକ ଲଜ୍ଜ୍ଯା ଘଟଣା ଦେଖିବାକୁ ମିଳିଛି। ଜଣେ ୧୭ ବର୍ଷର ନାବାଳିକା କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେବା ପରେ ମଧ୍ଯ ପୁଲିସ କୈଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନକରିବାରୁ ପୀଡିତା ନ୍ଯାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୁରେ ଅଭିଯୋଗ କରିଛି। ଗତ ମାସ ୮ ତାରିଖ ଦିନ ଗୁଣପୁର ଥାନା ଅନ୍ତର୍ଗତ ସିର୍ଜୁଳି ଗ୍ରାମର ଜଣେ ବାପା, ମା ଛେଉଣ୍ଡ ନାବାଳିକା କୁ ଉକ୍ତ ଗ୍ରାମର ଚିନା ରାଓ ନାମକ ଜଣେ ଯୁବକ ନାକରେ କିଛି ନିଶା ଦ୍ରବ୍ଯ ଲଗାଇ ଗାଁ ପାଖ ଜଙ୍ଗଲ କୁ ନେ ଯାଇଥିଲା। କିଛି ସମୟ ପରେ ନାବାଳିକାର ହୋସ୍ ଆସିବା ପରେ ତା ଦେହରେ କୈଣସି ବସ୍ତ୍ର ନଥିଲା। ଏନେଇ ନାବାଳିକା ତାଙ୍କ ପରିବାର କୁ ଜଣାଇବା ପରେ ପରିବାର ଲୋକେ ଗୋଟିଏ ଦିନ ପରେ ଅର୍ଥାତ ୧୦ ତାରିଖରେ ଗୁଣପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତିକରି ପୁଲିସ ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ହେଲେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଦୁଷ୍କର୍ମ କାରୀ ବିରୋଧରେ ପୁଲିସ କୈଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଥିଲେ ନଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା। ତାଙ୍କ ଜୀବନ ପ୍ରତି ଏବେ ବିପଦ ଥିବା ପୀଡିତା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଗୁଣୁପୁର ଥାନାରୁ ନ୍ଯାୟ ନପାଇ ନିରାଶ ହେବା ପରେ ପୀଡିତା ଜିଲ୍ଲାପାଳ ଙ୍କୁ ନ୍ଯାୟ ଭିକ୍ଷା କରି ଛନ୍ତି। ଅନ୍ଯପଟେ ଏହି ଘଟଣାରେ ପୁଲିସ ର କୈଣସି ପ୍ରତିକ୍ରିୟା ମିଳିପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    72 %
    1.6kmh
    0 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ