Saturday, January 10, 2026
11.4 C
Odisha

    ଝିଆରୀକୁ ପ୍ରେମ କରୁଥିଲା, କଣ୍ଟା ସାଜିବାରୁ ଦାଦକୁ ହତ୍ୟା କଲା

    ଆଗକୁ ପଢନ୍ତୁ

    ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ପ୍ରେମରେ କଣ୍ଟା ସାଜିବାରୁ ଯୁବତୀଙ୍କ ଦାଦାର ମୁଣ୍ଡ, ଗଣ୍ଡି ଅଲଗା କରିଦେଲା ନାବାଳକ ପ୍ରେମିକ। ରଘୁନାଥ ନଗର ସୁକ ବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ସୁକ ବିହାରର ଜଗତ ମଲ୍ଲିକ ଓରଫ୍ ଜଗା (୩୩)। ସେପଟେ ହତ୍ୟାରେ ସଂପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି।

    ସୂଚନା ଅନୁସାରେ, ସୁକ ବିହାରର ଜଗା ଅଟୋ ଚଳାଇ ପରିବାର ପୋଷଣ କରନ୍ତି। ଆଉ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଜଗାର ଝିଆରୀକୁ ଏକତରଫା ପ୍ରେମ କରୁଥିଲା। ଯାହାକୁ ବିରୋଧ କରିଥିଲେ ଜଗା। ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ କରିଲେ ଯୋଜନା। ଆଉ କାଲି ରାତିରେ ଜଗା ବାଇକରେ ଫେରୁଥିବା ସମୟରେ ବେକକୁ ଖଣ୍ଡାରେ ଚୋଟ ପକାଇ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ଅଭିଯୁକ୍ତ। ସୁକ ବିହାରର ଜଗା ଅଟୋ ଚଳାଇ ବା ସହ ଆଧୁନିକ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି। ବୁଧବାର ଜଗା କୌଣସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକ ଯାଇଥିଲେ। ରାତିରେ ଫେରିବା ପରେ ରଘୁନାଥ ନଗର ଶନି ମନ୍ଦିର ନିକଟରେ ଭୋଜି କରୁଥିବା ତାଙ୍କ ବନ୍ଧୁମାନଙ୍କ ନିକଟକୁ ଯାଇଥିଲେ। ଘରୁ ପତ୍ନୀଙ୍କର ଫୋନ୍ ଆସୁଥିବାରୁ ବନ୍ଧୁମାନଙ୍କ ସହିତ ନ ଖାଇ ସେଠାରୁ ପାର୍ସଲ ନେଇ ବାଇକ୍‌ ଯୋଗେ ଘରକୁ ଯାଉଥିଲେ। ପତ୍ନୀଙ୍କୁ ଫୋନ୍ କରି ଗେଟ୍ ଖୋଲିବାକୁ କହିଥିଲେ। ‌ ଘର ଆଉ ମାତ୍ର ୧୦୦ ମିଟର ଦୂର ଥିବାବେଳେ ନାବାଳକ ଓ ତାଙ୍କ ସହଯୋଗୀ ଜଗାଙ୍କୁ ରାସ୍ତାରେ ଅଟକାଇଥିଲେ। ସେଠାରେ ନାବାଳକ ଓ ଜଗାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାରି ଭିତରେ ନାବାଳକ ଜଣକ ଏକ ଖଣ୍ଡାରେ ଜଗାଙ୍କ ବେକକୁ ଆକ୍ରମଣ କରିଥିଲା। ଜଗାଙ୍କ ବେକରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ପ୍ରାଣ ବଞ୍ଚାଇବାକୁ ରକ୍ତାକ୍ତ ଅବସ୍ଥାରେ ବାଇକ୍‌ ଚଳାଇ ଘରକୁ ଯାଇଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ପରିବାର ଲୋକେ ପଡ଼ୋଶୀଙ୍କ ସହାୟତାରେ ଏମ୍‌ସରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    11.4 ° C
    11.4 °
    11.4 °
    30 %
    1.4kmh
    73 %
    Sat
    26 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ