Wednesday, September 30, 2026
29.4 C
Odisha

    ଝିଣ୍ଟିକା ମାରି ବଣି ପୋଷିବେ ସରକାର : କର୍ମଚାରୀଙ୍କ ପ୍ରଶିକ୍ଷଣ ଭତ୍ତା ବନ୍ଦକଲା ଅର୍ଥ ବିଭାଗ

    ଆଗକୁ ପଢନ୍ତୁ

    ପାଞ୍ଚ ମାସ ପୁରି ସରକାରଙ୍କୁ ୬ ମାସ ଚାଲିଲା । ମାତ୍ର ନିର୍ଦ୍ଦିଷ୍ଟ ଭାବରେ କୌଣସି ଲକ୍ଷ୍ୟଭେଦୀ ବିକାଶମୂଳକ କାର୍ଯ୍ୟ ପରିବର୍ତ୍ତେ ରାଜ୍ୟ ସରକାର କେବଳ ରଙ୍ଗ ବଦଳା, ନୀତି ବଦଳା ଆଦି କାମରେ ମାତିଛନ୍ତି । ରାସ୍ତା ମରାମତି କରାଯାଉ ନାହିଁ, ଲୋକମାନେ ରାସ୍ତାରେ ଯିବା ପାଇଁ ସମସ୍ୟା ଭୋଗୁଛନ୍ତି; ମାତ୍ର ରାସ୍ତା ଉପରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋଥିବା ବିଶାଳ ବିଶାଳ ଗେରୁଆ ଫଳକ ଲଗାଯାଇ ଏହା ସାଧାରଣ ଲୋକଙ୍କ ସମ୍ପତ୍ତି ବୋଲି ପ୍ରଦର୍ଶିତ ହେଉଛି । ଏପଟେ ମନ୍ତ୍ରୀଙ୍କୁ ବିଳାସମୟ ଓ ଆରାମଦାୟକ ବିମାନଯାତ୍ରା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରୁଛନ୍ତି, ଅନ୍ୟପକ୍ଷରେ ପ୍ରଶାସନର ଦକ୍ଷତା ବୃଦ୍ଧି ନିମନ୍ତେ କର୍ମଚାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଉ ଭତ୍ତା ପ୍ରଦାନ କରାଯିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଦ୍ୱୈତ ଭୂମିକା ଏବେ ସାଧାରଣ ଲୋକଙ୍କ ମନରେ ବିଭିନ୍ନ ସନ୍ଦେହ ସୃଷ୍ଟି କରିଛି । ପୂର୍ବରୁ କିଛି ବିଭାଗର କର୍ମଚାରୀଙ୍କ ଘରଭଡ଼ା ଆଲାଉନ୍ସ ବନ୍ଦ କରାଯାଇଥିଲା, ଏବେ ପ୍ରଶିକ୍ଷଣ ଭତ୍ତା ବନ୍ଦ ପରେ ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ସ୍ୱାଭାବିକ ଅନେକ ପ୍ରଶ୍ନ ଜାଗ୍ରତ ହୋଇଛି।

    ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରଶିକ୍ଷଣ ଅନୁଷ୍ଠାନରେ କର୍ମଚାରୀ ତଥା ଅଧିକାରୀମାନଙ୍କୁ ଆଉ ପ୍ରଶିକ୍ଷଣ ଭତ୍ତା ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଓ ଅର୍ଥ ବିଭାଗ ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଦସ୍ତଖତରେ ଜାରି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଶିକ୍ଷଣ ଅନୁଷ୍ଠାନର ଅଧିକାରୀ, କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଭତ୍ତା (ଟ୍ରେନିଂ ଆଲାଉନ୍ସ) ଏବଂ ଅତିରିକ୍ତ ଭତ୍ତାକୁ ତକ୍ରାଳ ପ୍ରଭାବରୁ ବନ୍ଦ କରାଯାଉଛି। ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନ୍‌ଷ୍ଟ୍ରେସନ୍‌, ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ ଅଫ୍‌ ଫାଇନାନ୍ସ ମ୍ୟାନେଜମେଣ୍ଟ, ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୁଲିସ ଏକାଡେମୀ, ଓଡିଶା ଜୁଡିସିଆଲ ଏକାଡେମୀ ସମେତ ସ୍କୁଲ, କଲେଜ, ବିଭିନ୍ନ ଏକାଡେମୀ ଆଦି ସଂସ୍ଥାନରେ ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମିଳୁଥିବା ଭତ୍ତା ପ୍ରତ୍ୟାହାର କରାଯାଉଛି। କେଉଁ ପରିସ୍ଥିତିରେ କର୍ମଚାରୀ ଅଧିକାରୀଙ୍କ ଭତ୍ତା ବନ୍ଦ କରାଗଲା ତାହା ସରକାର ସ୍ପଷ୍ଟ କରି ନାହାନ୍ତି। ତେବେ ଏହି ପଦକ୍ଷେପ ପ୍ରଶିକ୍ଷଣ ସଂସ୍ଥାର ଗୁଣାତ୍ମକ ଉପଲବ୍ଧି ଉପରେ ପ୍ରଭାବ ପକାଇବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    69 %
    2.9kmh
    100 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ