Wednesday, September 30, 2026
29.4 C
Odisha

    ଓମ୍‌ଫେଡ୍‌ର ହେବ ନବକଳେବର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓମ୍‌ଫେଡ୍‌ର ହେବ ନବକଳେବର। ସରକାର ଏଥିପାଇଁ ସମସ୍ତ ସହାୟତା ଯୋଗାଇ ଦେବେ। ପଞ୍ଚାୟତରେ ଖୋଲିବାକୁ ଥିବା ‘କ୍ଷୀରଧାରା’ ଜରିଆରେ ନୂତନ ଉତ୍ପାଦ ଉପଲବ୍ଧ ହେବ। ପ୍ରତ୍ୟେକ ପ୍ଲାଣ୍ଟରେ ସିସିଟିଭି ଲାଗିବ। ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଓମ୍‌ଫେଡ୍ ଘିଅକୁ ହୋଲ୍‌ସେଲ୍ ଦରରେ ପ୍ରଦାନ କରାଯିବ। ରାଜ୍ୟର ସବୁ ମନ୍ଦିରରେ ଓମ୍‌ଫେଡ୍ ଘିଅ ପୂଜାରେ ଲଗାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିପାଇଁ ଆବଶ୍ୟକ ଘିଅ ଉତ୍ପାଦନ ବୃଦ୍ଧି ପାଇଁ ବାଲେଶ୍ୱର, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
    ସହିଦନଗରସ୍ଥିତ ଓମ୍‌ଫେଡ୍‌ ମୁଖ୍ୟାଳୟରେ ଏ ନେଇ ସମୀକ୍ଷା କରିବା ସହ ଗଣମାଧ୍ୟମକୁ ସୂଚନା ଦେଇ ଓମ୍‌ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ପରୀକ୍ଷାମୂଳକ ଭାବେ ରାଜ୍ୟର ୨୦ଟି ପଞ୍ଚାୟତରେ କ୍ଷୀରଧାରା କେନ୍ଦ୍ର ଖୋଲିଛି। ଆଉ ୨୮ଟି ପଞ୍ଚାୟତରେ ଖୋଲିବ। କରୋନା ସମୟ ବେପାର ନ ହେବା ଯୋଗୁ ବାକି ପଡ଼ିଥିବା ଅର୍ଥ ୭ ଦିନ ମଧ୍ୟରେ ଆଦାୟ କରାଯିବ। ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓମ୍‌ଫେଡ୍‌କୁ ଏବେ ଯେତିକି ଅର୍ଥ ଆସୁଛି, ସେଥିରୁ ୮୦ ପ୍ରତିଶତ ଚାଷୀଙ୍କୁ ପ୍ରଦାନ କରାଯାଉଛି। ଏହି ଅର୍ଥ ଏଣିକି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏବଂ ତୁରନ୍ତ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ପଶ୍ଚିମବଙ୍ଗରେ ମଧ୍ୟ ଓମ୍‌ଫେଡ୍ ଷ୍ଟଲ୍‌ ଖୋଲିବାକୁ ପ୍ରୟାସ ଆରମ୍ଭ ହୋଇଛି। ଓମ୍‌ଫେଡ୍ ଓଡିଆ ଅସ୍ମିତାର ପ୍ରତୀକ ବୋଲି ସେ କହିଛନ୍ତି। ସମୀକ୍ଷା ବୈଠକରେ ଓମ୍‌ଫେଡ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ମହାପ୍ରବନ୍ଧକ (ପ୍ରକଳ୍ପ ଓ ଡିଓ) ସୌମେନ୍ଦ୍ର ଭୌମିକ, ସୁରେଶ ଚନ୍ଦ୍ର ଅଲଟିଆ(ଅର୍ଥ), ଉପମହାପ୍ରବନ୍ଧକ(ମାନବ ସମ୍ବଳ) ଡ. ଜୟକୃଷ୍ଣ ପଟ୍ଟନାୟକ, ଉପପ୍ରବନ୍ଧକ ଡ. ବିଶ୍ୱରଂଜନ ତ୍ରିପାଠୀ, ସହକାରୀ ପ୍ରବନ୍ଧକ ଡ. ଆଲୋକ ଅଗ୍ନିବେଶ, ଜିତେନ୍ଦ୍ର ବରାଡ, ବୈଷୟିକ ପରାମର୍ଶଦାତା ଡ. ଦିଗମ୍ବର ନାୟକ ଉପସ୍ଥିତ ଥିଲେ। ମୁଖ୍ୟାଳୟ ପରିସରରେ ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    69 %
    2.9kmh
    100 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ