Friday, March 27, 2026
24.5 C
Odisha

    ଝୁଲିପଡ଼ିଲେ ଫାଇନାନ୍ସ କର୍ମଚାରୀ: କବାଟ ଭାଙ୍ଗି ପଶିଲା ପୋଲିସ

    ଆଗକୁ ପଢନ୍ତୁ

    କଟକ : ଝୁଲନ୍ତା ଅବସ୍ଥାରେ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

    ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ଗୋବିନ୍ଦପୁର ଥାନା କନ୍ଦଳ ଗ୍ରାମର ମହେଶ୍ୱର ମହାରଣାଙ୍କ ୩୧ ବର୍ଷୀୟ ପୁଅ ରାକେଶ ମହାରଣା ଚଣ୍ଡିଖୋଲରେ ମୁଥୁଟ ମାଇକ୍ରୋ ଫାଇନାସ କମ୍ପାନୀରେ କ୍ରେଡିଟ ଫାଇନାସ ମ୍ୟାନେଜର ଭାବେ ଦେଢ଼ ବର୍ଷ ହେବ କାମ କରୁଥିଲେ। ଚଣ୍ଡିଖୋଲ ନିକଟ ଏକ ଭଡ଼ା ଘର ନେଇ ଦୁଇ କର୍ମଚାରୀ ସହ ରହୁଥିଲେ। ଗତକାଲି ଦୁଇ କର୍ମଚାରୀ ରାତି ୯ଟାରେ ବସା ଘରକୁ ଫେରି ଦେଖନ୍ତି ତ ଘରର କବାଟ ଭିତର ପଟୁ ବନ୍ଦ ଅଛି। ଡାକିଲା ପରେ କବାଟ ନ ଖୋଲିଲାରୁ ସନ୍ଦେହ ହେଲା। ତୁରନ୍ତ ଧର୍ମଶାଳା ପୋଲିସରେ ଦୁଇ କର୍ମଚାରୀ ଅଭିଯୋଗ କରିଥିଲେ। ପୋଲିସ ଆସି ଘରର କବାଟ ଭାଙ୍ଗି ଦେଖିବାରୁ ଘରର ଫ୍ୟାନରେ ରଶି ଲଗାଇ ଝୁଲିପଡିଛନ୍ତି। ଧର୍ମଶାଳା ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ମୃତ୍ୟୁର କାରଣ ଅସ୍ପଷ୍ଟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    31 %
    1.3kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ