Sunday, March 22, 2026
25.7 C
Odisha

    ଟାଇପ-୨ ଲକ୍ଷ୍ମୀ ବସ୍‌ ସେବା ବନ୍ଦ ନହେଲେ ୨୭ରୁ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ସ୍ଥିତ ଘରୋଇ ବସ ମାଲିକ ସଂଘ ସଭାଗୃହରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ ମାଲିକ ସଂଘର ସଭାପତି ରାଜେଶ୍ବରୀ ପ୍ରଧାନ ଚେତାବନୀ ଦେଇଛନ୍ତି ଯେ ଟାଇପ-୨ ଲକ୍ଷ୍ମୀ ବସ ସେବା ବନ୍ଦ ନହେଲେ ଆସନ୍ତା ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଘରୋଇ ବସ ସେବା ବନ୍ଦ କରିଦିଆଯିବ। ଆସନ୍ତା ୨୬ ତାରିଖ ଭିତରେ ବସ ସେବା ବନ୍ଦ କରାନଗଲେ ୨୭ ତାରିଖ ସକାଳ ୭ଟାରୁ ଘରୋଇ ବସ ସେବା ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯିବ ବୋଲି କୁହାଯାଇଛି।

    ଟାଇପ-୧ ଅର୍ଥାତ ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଯାଉଥିବା ଲକ୍ଷ୍ମୀ ବସ ସେବା ଚାଲୁ ରହୁ ବୋଲି କହିବା ସହ ଏହାକୁ ଆମେ ବିରୋଧ କରୁନାହୁଁ।କିନ୍ତୁ ଟାଇପ-୨ ଅର୍ଥାତ ବ୍ଲକ ସଦର ମହକୁମାର ଜିଲ୍ଲା ସଦର ମହକୁମାକୁ ଆସୁଥିବା ଲକ୍ଷ୍ମୀ ବସ ସେବା ତୁରନ୍ତ ବନ୍ଦ କରାଯାଉ।କାରଣ ଏହି ବସ ଚାଲିଲେ ଜିଲ୍ଲା ଭିତରେ ଚାଲୁଥିବା ଘରୋଇ ବସଗୁଡିକର ମାଲିକମାନେ ଲକ୍ଷାଧିକ ଟଂକ କ୍ଷତି ସହୁଛନ୍ତି।ଘରୋଇ ବସରେ ଯାତ୍ରୀମାନେ ଆସୁନାହାନ୍ତି।
    ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି ସେବା ବନ୍ଦ ହେବା ପରେ ଆଗାମୀ ଦିନରେ ଏହି ସେବା ସାରା ରାଜ୍ୟରେ ବନ୍ଦ କରାଯିବ ବୋଲି କୁହାଯାଇଛି।ଏହା ତୁରନ୍ତ ବନ୍ଦ ନହେଲେ ଲୋକେ ବହୁ ହଇରାଣ ହେବେ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଇ.ଭେଙ୍କେଟ ରାଓ, କାର୍ଯ୍ୟକାରୀ ସଭାପତି ରାଜେଶ ରାଉତ, କୋଷାଧ୍ୟକ୍ଷ ରାଜେଶ ପାତ୍ର, ଉପାଧ୍ୟକ୍ଷ ତପନ ଦତ୍ତ, ଉପଦେଷ୍ଟା ସିଏଚ ସୁବାରାଓ ପାତ୍ର, ଛବି ଦାସ, ସଂତୋଷ ପାଣିଗ୍ରାହୀ, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ