Wednesday, April 1, 2026
38.4 C
Odisha

    ଟାଇମ୍‌ସ ହାୟର ଏଜୁକେସନ ବିଶ୍ବ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ-୨୦୨୬

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବିଶ୍ବସ୍ତରରେ କିଟ୍‌ ବିଶ୍ବବିଦ୍ୟାଳୟ ଉନ୍ନତ ପ୍ରଦର୍ଶନ କରି ମାଇଲଖୁଣ୍ଟ ହାସଲ କରିଛି। ଟାଇମ୍‌ସ ହାୟର ଏଜୁକେସନ ବିଶ୍ବ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୬ରେ ବିଶ୍ବ ଏବଂ ସର୍ବଭାରତୀୟସ୍ତରରେ କିଟ୍‌ ଗୌରବ ଅର୍ଜନ କରିଛି। ବିଶ୍ବର ୨୧୯୧ ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍‍ ୫୦୧-୬୦୦ ତାଲିକାକୁ ଉତ୍ତୀର୍ଣ୍ଣ ହୋଇଛି। ଶ୍ରେଷ୍ଠ ୬୦୦ ବିଶ୍ବବିଦ୍ୟାଳୟ ତାଲିକାରେ ଭାରତର ୯ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ଏକମାତ୍ର ବିଶ୍ବବିଦ୍ୟାଳୟ ଭାବେ କିଟ୍‌ ତାଲିକାରେ ରହିଛି। ଭାରତରେ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସାଇନ୍ସେସ୍‍ (ଆଇଆଇଏସ୍‍) ଏହି ରାଙ୍କିଙ୍ଗର ଶୀର୍ଷ ୨୫୦ ମଧ୍ୟ‌େ‌ର ସ୍ଥାନ ହାସଲ କରିଥିବାବେ‌େ‌ଳ ୪୦୧-୫୦୦ ବର୍ଗରେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ, ହିମାଚଳ ପ୍ରଦେଶର ଶୁଲିନି ୟୁନିଭର୍ସିଟି ଅଫ୍ ବାୟୋଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ରହିଛି। ୫୦୧-୬୦୦ ବର୍ଗ ମଧ୍ୟରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ଆଇଆଇଟି ଇନ୍ଦୋର, ଭୁବନେଶ୍ବରସ୍ଥିତ କିଟ୍‌ ବିଶ୍ବବିଦ୍ୟାଳୟ, ପଞ୍ଜାବର ଲଭ୍‌ଲୀ ପ୍ରଫେସନାଲ ୟୁନିଭର୍ସିଟି, କେରଳର ମହାତ୍ମା ଗାନ୍ଧୀ ୟୁନିଭର୍ସିଟି ଏବଂ ଡେରାଡୁନର ୟୁପିଇଏସ୍‌ ରହିଛନ୍ତି।

    ଚଳିତବର୍ଷ ଟାଇମ୍‍ସ ହାୟର ଏଜୁକେସନ୍‍ ବିଶ୍ବ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗର ଏକାଡେମିକ୍‍ ଉତ୍କର୍ଷରେ କିଟ୍‍ ସମଗ୍ର ବିଶ୍ବରେ ୨୫୯ତମ ସ୍ଥାନରେ ରହିଛି। ଟାଇମ୍‍ସ ହାୟର ଏଜୁକେସନ୍‍ ୫ଟି ମାନଦଣ୍ଡକୁ ନେଇ ରାଙ୍କିଙ୍ଗ ପ୍ରଦାନ କରିଥାନ୍ତି। କିଟ୍‍ ବିଶ୍ବବିଦ୍ୟାଳୟ ଇଣ୍ଡଷ୍ଟ୍ରି ଇଣ୍ଟିଗ୍ରେସନ୍‍, ଇଣ୍ଟରନ୍ୟାସ୍‍ନାଲ ଆଉଟଲୁକ ଓ ସୋସିଆଲ୍‍ କମିଟ୍‍ମେଣ୍ଟ (ଏସ୍‍ଡିଜି) ମାନଦଣ୍ଡରେ ଭାରତରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଚଳିତବର୍ଷ ମଧ୍ୟ ଦେଶର ପୂର୍ବାଞ୍ଚଳ ଓ ଓଡ଼ିଶା ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‍ ପ୍ରଥମ ସ୍ଥାନରେ ରହିପାରିଛି। କିଟ୍‍ ଖୁବ୍‍ କମ୍‍ ଦିନର ଏକ ବିଶ୍ବବିଦ୍ୟାଳୟ ହୋଇଥିବାବେଳେ ବିଶ୍ବର ଲବ୍‍ଧପ୍ରତିଷ୍ଠ ଓ ପୁରାତନ ବିଶ୍ବବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇ ଉନ୍ନତ ପ୍ରଦର୍ଶନ କରିଥିବାରୁ ବହୁ ଶିକ୍ଷାବିତ୍‍ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି। ବିଶ୍ବ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ରେ କିଟ୍‍ର ଏହି ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଟାଇମ୍‍ସ ପକ୍ଷରୁ କୁହାଯାଇଛି, କିଟ୍‍ର ଏହି ପ୍ରଦର୍ଶନ ଦଶନ୍ଧି ଧରି ସ୍ଥାନୀୟ ଉତ୍କର୍ଷତାରୁ ବିଶ୍ବସ୍ତରୀୟ ସ୍ବୀକୃତିକୁ ପ୍ରତିଫଳିତ କରୁଛି। ଓଡ଼ିଶା ଭଳି ଏକ ଛୋଟିଆ ରାଜ୍ୟରେ କିଟ୍‍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ବିଶ୍ବରେ ତା’ର ପରିଚୟ ପ୍ରତିଫଳିତ ହେବା ସହ ସ୍ବୀକୃତି ଲାଭ କରିପାରିଛି। କିଟ୍‍ ଓଡ଼ିଶାର ଏକ ସାମାଜିକ ଅନ୍ତର୍ଭୁକ୍ତି ବିଶ୍ବବିଦ୍ୟାଳୟ ନବସର୍ଜନା, କରୁଣା ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ବିଶ୍ବର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟଗୁଡ଼ିକ ସହିତ ପ୍ରତିଯୋଗିତା କରିପାରେ ବୋଲି ଏହି ରାଙ୍କିଙ୍ଗରୁ ସ୍ପଷ୍ଟ ହୋଇଛି। କିଟ୍‍ର ଏହି ସଫଳତାରେ ଖୁସିବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି, ପ୍ରତ୍ୟେକ ରାଜ୍ୟ ବିଶ୍ବ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗରେ ବିଶ୍ବର ଶ୍ରେଷ୍ଠ ୫୦୦ଟି ବିଶ୍ବବିଦ୍ୟାଳୟ ମଧ୍ୟରେ ରହିବାକୁ ଆଶା ରଖିଥାନ୍ତି। କିଟ୍‍ ମାତ୍ର ୨୮ ବର୍ଷର ଅନୁଷ୍ଠାନ ଓ ୨୨ ବର୍ଷର ବିଶ୍ବବିଦ୍ୟାଳୟ ହୋଇଥିବାବେଳେ ଏହା ବିଶ୍ବର ବହୁ ଲବ୍‍ଧପ୍ରତିଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ୫୦୧-୬୦୦ ତାଲିକାକୁ ଉତ୍ତୀର୍ଣ୍ଣ ହେବାର ଗୌରବ ଅର୍ଜନ କରିଛି। ଏହା ଠାକୁରଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ଏହା ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ସଫଳତା ପାଇଁ କିଟ୍‍ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ