Wednesday, July 1, 2026
25.5 C
Odisha

    ଟିମ୍ ଇଣ୍ଡିଆରେ କୋଚ୍ ପଦ ଛାଡିବେ କି ଗମ୍ଭୀର ? ରାଜସ୍ଥାନ ରୟାଲ୍ସରୁ ମିଳିଛି ବଡ଼ ଅଫର

    ଆଗକୁ ପଢନ୍ତୁ

    ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଇସ୍ତଫାକୁ ନେଇ ଚର୍ଚ୍ଚା ? ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସର ଭାବି ମାଲିକାନା ପକ୍ଷରୁ ଗୌତମଙ୍କୁ ବଡ଼ ଅଫର ଦେଇଥିବା ଖବର ମିଳିଛି । ଗୌତମ ଗମ୍ଭୀର ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ସହିତ ବ୍ୟସ୍ତ ରହିଛନ୍ତି ।

    ଏହାରି ଭିତରେ ଗୌତମ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇପାରନ୍ତି ବୋଲି ଖବର ମିଳିଛି । ରାଜସ୍ଥାନ ରୟାଲ୍ସ ଖୁବ୍ ଶୀଘ୍ର ନୂଆ ମାଲିକ ପାଇବାକୁ ଆଶା କରାଯାଉଛି । ରାଜସ୍ଥାନ ରୟାଲ୍ସ ପରିଚାଳନା ଗମ୍ଭୀରଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି । ରାଜସ୍ଥାନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ୩ଟି ଭୂମିକା ପ୍ରଦାନ କରିଛି ।

    ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ରୟାଲ୍ସର ଗୌତମ ଗମ୍ଭୀରଙ୍କୁ ମେଣ୍ଟର, ସିଇଓ ଏବଂ ପାର୍ଟନର ଭଳି ୩ ବଡ଼ ପ୍ରସ୍ତାବ ଦେଇଛି । ଗମ୍ଭୀର ଏହି ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି ଏବଂ ସେ ଗ୍ରହଣ କରିବା ଅସମ୍ଭବ ମନେ ହୁଏ । ଭାରତର ହେଡ୍ କୋଚ ଥିବା ଗୌତମ ଗମ୍ଭୀର କାର୍ଯ୍ୟକାଳ ପୂର୍ବରୁ ଇସ୍ତଫା ଦେଇ ପାରିନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.5 ° C
    25.5 °
    25.5 °
    89 %
    0.6kmh
    100 %
    Tue
    25 °
    Wed
    28 °
    Thu
    32 °
    Fri
    30 °
    Sat
    31 °

    ସମ୍ବନ୍ଧିତ