Monday, August 24, 2026
24.5 C
Odisha

    ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ ଘଟଣା, ନାବାଳିକା ଝିଅ ଖୋଲିଦେଲା ବାପାଙ୍କ ହତ୍ୟାର ଗୁମର

    ଆଗକୁ ପଢନ୍ତୁ

    ଆଳି: ନାବାଳିକା ଝିଅ ଖୋଲିଦେଲା ବାପାଙ୍କ ହତ୍ୟାର ଗୁମର। ବାପାଙ୍କୁ ମାରି ଦେଇଥିଲେ ମାମୁ । କେମିତି ମାରିଥିଲେ କହିଦେଲା ଝିଅ ।  କେନ୍ଦ୍ରାପଡ଼ା ଆଳିରେ ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ସାମ୍ନାକୁ ଆସିଲା ମୃତକଙ୍କ ନାବାଳିକା ଝିଅର ସାଂଘାତିକ ବୟାନ । କାନ୍ଦି କାନ୍ଦି କହିଛି ଝିଅ । ବାପାଙ୍କ ହାତକୁ ପଛପଟୁ ବାନ୍ଧି ଦେଲେ ମାମୁ। ତଣ୍ଟିଚିପି ବିଷ ପିଆଇ ଦେଲେ। ତା ପରେ ଘୋଷାରି ଘୋଷାରି ନେଇ ବିଲରେ ପକାଇଦେଲେ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ସେଠୀସାହିରେ ଶ୍ବଶୁର ଘରେ ଜ୍ବାଇଁ ବାବନ ସେଠୀଙ୍କ ମୃତ୍ୟୁ ଘଟିଥିଲା ।

    ଗତ ୨ ତାରିଖ ରାତିରେ ଶ୍ୱଶୁର ଘର ଠାରୁ କିଛି ଦୂରରେ ବାବନ ସେଠୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ଏରଡ଼ଙ୍ଗ ଗାଁର ବାବନ ସେଠୀ ପ୍ରାୟ ୨ବର୍ଷ ହେବ ମାନପୁର-ସେଠୀସାହିରେ ନିଜ ପରିବାର ସହ ଶ୍ବଶୁର ଘରେ ରହିଆସୁଥିଲେ ।  ଶଶୁରଘର ଲୋକେ ତାଙ୍କ ପୁଅକୁ ମାରିଦେଇଥିବା ବାବନ ସେଠୀଙ୍କ ମାଆ ଆଳି ଥାନାରେ ଏତଲା ଦେଇଥିଲେ ।  ଆଳି ଥାନା ଅଧିକାରୀ ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  ପୂର୍ବରୁ ଅଭିଯୋଗକୁ ଖଣ୍ଡନ କରିଥିଲେ ମୃତ ବାବନ ସେଠୀଙ୍କ ଶାଳା ପ୍ରଶାନ୍ତ ସେଠୀ ଓ ପତ୍ନୀ ପ୍ରତିମା ।  ଅନ୍ୟପଟେ ପୋଷ୍ଟମଟମ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    94 %
    1.3kmh
    100 %
    Sun
    24 °
    Mon
    27 °
    Tue
    28 °
    Wed
    28 °
    Thu
    26 °

    ସମ୍ବନ୍ଧିତ