Tuesday, January 27, 2026
29.4 C
Odisha

    ଟ୍ରକକୁ ଧକ୍କା ଦେଲା କାର୍, ୪ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ସହ କାର ଭୟଙ୍କର ଧକ୍କା ହେବାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିବା ମୁତାବକ, କାରରେ ଥିବା ଲୋକମାନେ ମହାକାଳ ମନ୍ଦିର ଦର୍ଶନ କରି ଉଜ୍ଜୈନରୁ ନୋଏଡା ଫେରୁଥିଲେ । ପାପଡା ଓ ନାଙ୍ଗଲ ରାଜାୱତନ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଏକ୍ସପ୍ରେସୱେର ଚେନେଜ୍ ୧୯୪ ନିକଟରେ ଏହି ଦୁର୍ଘଟଣା ଘଟିଛି ।

    ପୋଲିସ ମୁତାବକ, ହରିୟାଣା ପଞ୍ଜିକରଣ ନମ୍ବର ଥିବା ଏକ କାରରେ ପାଞ୍ଚ ଜଣ ଥିଲେ । ସେମାନେ ଉଜ୍ଜୈନର ମହାକାଳ ମନ୍ଦିର ଦର୍ଶନ କରି ନୋଏଡା ଫେରୁଥିଲେ । ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା କାରଟି ଏକ ଅଜଣା ଗାଡି ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, କାରଟି ନଷ୍ଟ ହୋଇଯାଇଥିଲା । ଟ୍ରକ୍ ଡ୍ରାଇଭର କାରକୁ ଅନେକ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା ବୋଲି ଆହତ ବ୍ୟକ୍ତି କହିଛନ୍ତି ।

    ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପାପଡା ଏବଂ ନାଙ୍ଗଲ ରାଜାୱତନ ପୋଲିସ ଷ୍ଟେସନର ପୋଲିସ ତୁରନ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତକମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ଭାବରେ ଚିହ୍ନଟ କରାଯାଇ ନାହିଁ । କିନ୍ତୁ ସେମାନେ ହରିୟାଣାର ବାସିନ୍ଦା ବୋଲି ଅନୁମାନ କରାଯାଉଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି । ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    27 %
    1.9kmh
    0 %
    Tue
    31 °
    Wed
    32 °
    Thu
    32 °
    Fri
    32 °
    Sat
    33 °

    ସମ୍ବନ୍ଧିତ