Saturday, March 14, 2026
24.5 C
Odisha

    ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ୩୦ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌ । ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍‌ଏଚ୍‌-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଏପରି ଦୁର୍ଘଟଣା ଘଟିଛି । ସମସ୍ତ ଆହତ ବାଲେଶ୍ବର ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

    ସୂଚନା ଅନୁସାରେ ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍ । ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ୫୦ରୁ ଅଧିକ ଯାତ୍ରୀ ନେଇ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା ଦାସ ଏଣ୍ଡ ଦାସ ନାମକ ଘରୋଇ ଯାତ୍ରୀବାହୀ ବସ୍ । ଜୁଣବଳଦା ନିକଟରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ