Monday, January 12, 2026
13.1 C
Odisha

    ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ୩୦ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌ । ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍‌ଏଚ୍‌-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଏପରି ଦୁର୍ଘଟଣା ଘଟିଛି । ସମସ୍ତ ଆହତ ବାଲେଶ୍ବର ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

    ସୂଚନା ଅନୁସାରେ ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍ । ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ୫୦ରୁ ଅଧିକ ଯାତ୍ରୀ ନେଇ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା ଦାସ ଏଣ୍ଡ ଦାସ ନାମକ ଘରୋଇ ଯାତ୍ରୀବାହୀ ବସ୍ । ଜୁଣବଳଦା ନିକଟରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    13.1 ° C
    13.1 °
    13.1 °
    38 %
    1.1kmh
    11 %
    Mon
    27 °
    Tue
    28 °
    Wed
    28 °
    Thu
    29 °
    Fri
    30 °

    ସମ୍ବନ୍ଧିତ