Monday, March 30, 2026
25.1 C
Odisha

    ଟ୍ରମ୍ପଙ୍କୁ କମଲା ହାରିସଙ୍କ ଖୋଲା ଚ୍ୟାଲେଞ୍ଜ

    ଆଗକୁ ପଢନ୍ତୁ

    ଆମେରିକା : ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍ । କେବଳ ତେଲ ଓ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବେ ଦେଖାଇବା ଟ୍ରମ୍ପଙ୍କ ଏକ ଜିଦ୍ ବୋଲି କହିଛନ୍ତି କମଲା । ଏହା ଆମେରିକା ପାଇଁ ବିପଜ୍ଜନକ । ମାଦୁରୋଙ୍କ ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । କମଲା ହାରିସ୍ କହିଛନ୍ତି, ମାଦୁରୋ ଜଣେ ବେଆଇନ ଶାସକ ହୋଇଥାଇପାରନ୍ତି । କିନ୍ତୁ ଟ୍ରମ୍ପଙ୍କର ଏହି ପଦକ୍ଷେପ ଆଇନସମ୍ମତ ନୁହେଁ ।

    ଏଭଳି ଘଟଣା ପୂର୍ବରୁ ଦେଖିଛୁ । ତେଲ କିମ୍ବା ଶାସନ ପରିବର୍ତ୍ତନ ପାଇଁ ଯୁଦ୍ଧ ଗୁଡିକୁ ‘ଶକ୍ତି ପ୍ରଦର୍ଶନ’ କୁହାଯାଏ । ଶେଷରେ ଅରାଜକତା ସୃଷ୍ଟି କରେ । ସାଧାରଣ ଆମେରିକୀୟ ପରିବାର ଏହାର ମୂଲ୍ୟ ଦିଅନ୍ତି । ଟ୍ରମ୍ପ ଆମେରିକା ସୈନ୍ୟଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ବିନା କୌଣସି ଆଇନଗତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରେ ଆମେରିକାର କୌଣସି ଲାଭ ହେବନି । ଆମେରିକାକୁ ଜଣେ ଏପରି ନେତୃତ୍ବ ଦରକାର ଯିଏ ଲୋକଙ୍କ ଖର୍ଚ୍ଚ କମାଇବ । ଆଇନ ଶାସନ ବଜାୟ ରଖିବା ସହ ଆମେରିକା ଜନତାଙ୍କୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ବ ଦେବ ବୋଲି କହିଛନ୍ତି କମଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ